Site icon ଆଜିକାଲି

ଆଜି ୧୨ଟି ଜିଲା ପାଇଁ ଘନ କୁହୁଡିର ଚେତାବନୀ

ଭୁବନେଶ୍ୱର : ରାତିର ତାପମାତ୍ରା ବୃଦ୍ଧି ଯୋଗୁଁ ରାଜ୍ୟରେ ଶୀତ କମିଥିଲେ ମଧ୍ୟ ଘନ କୁହୁଡି ଦେଖାଯାଉଛି । ସୋମବାର ସକାଳେ କିଛି ସ୍ଥାନରେ ଘନ କୁହୁଡି ଦେଖାଯାଇଥିଲା । ଏଣେ ଆଜି ରାଜ୍ୟରେ ଘନ କୁହୁଡ଼ିର ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୨ଟି ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଭଦ୍ରକ, କଟକ, ଜଗତସିଂହପୁରରେ ହେବ ଘନ କୁହୁଡ଼ି । କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ ଗଜପତି, କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ାରେ ମଧ୍ୟ କୁହୁଡ଼ି ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର।

ତାପମାତ୍ରା ବୃଦ୍ଧି ଯୋଗୁ ଶୀତ ଗାୟବ ହୋଇଛି । ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଉପରକୁ ଯାଇଛି । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ସାମୁଦ୍ରିକ ବାୟୁର ପ୍ରଭାବ ସହ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ଏବଂ ଶୀତର ପ୍ରକୋପ ହ୍ରାସ ଘଟିଛି । ସେମିଲିଗୁଡା ୮ ଡ଼ିଗ୍ରୀ, ଜି ଉଦୟଗିରି ୮.୫ ଡ଼ିଗ୍ରୀ, କୋରପୁଟ ୯ ଡ଼ିଗ୍ରୀ ଓ ଫୁଲବାଣୀରେ ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହପରି ଟ୍ୱିନ ସିଟି ଭୁବନେଶ୍ୱରରେ ୧୭.୬ ଡ଼ିଗ୍ରୀ ଓ କଟକ ରେ ୧୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଲିଛି । ସକାଳୁ ଯାତାୟତରେ ଅସୁବିଧା ପରିଲକ୍ଷିତ ହୋଇଛି ।

Exit mobile version