Site icon ଆଜିକାଲି

ଗଭୀର ଅବପାତ ରୂପ ନେଲା ଲଘୁଚାପ, ଓଡ଼ିଶା ଉପକୂଳକୁ ମୁହାଁଇବ

ଭୁବନେଶ୍ୱର : ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା । ଗତ ୬ ଘଣ୍ଟାରେ ୧୮ କିମି ବେଗରେ ଉତ୍ତରପୂର୍ବ ଦିଗକୁ ଗତି କରୁଛି । ଦକ୍ଷିଣ ପୂର୍ବ ପୂବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ସୃଷ୍ଟି ଲଘୁଚାପ ବୁଧବାର ଅବପାତରେ ପରିଣତ ହୋଇଥିଲା ।

୧୬ ତାରିଖରେ ସକାଳେ ଏହା ଗଭୀର ଅବପାତରେ ପରିଣତ ହୋଇଛି । ପରେ ଏହା ଦିଗ ବଦଳାଇ ଓଡ଼ିଶା ଉପକୂଳକୁ ମୁହାଁଇବ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାବି ପୂର୍ବାନୁମାନ କରିଛି । ଉତ୍ତର ଓଡ଼ିଶା ଉପକୂଳରେ ବି ବର୍ଷା ହେବ । ଏହାର ପ୍ରଭାବରେ ଗଞ୍ଜାମ, ପୁରୀ ପୁ , ଜଗତସିଂହପୁର , କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାଜିଲ୍ଲାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାଲେଶ୍ୱର, ଯାଜପୁର, ଗଜପତି, ଢେଙ୍କାନାଳ, ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ତେବେ ୧୮ ତାରିଖରି ଯାଏ ଓଡ଼ିଶା ଉପକୂଳ ଆଖପାଖ ସାମୁଦ୍ରିକ ଅଞ୍ଚଳ ଅତ୍ୟଧିକ ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Exit mobile version