Site icon ଆଜିକାଲି

ଆଜି ବିକଶିତ ଭାରତ ଓ ଓଡ଼ିଶା ସମ୍ମିଳନୀ

ଭୁବନେଶ୍ୱର : ଆଜି ବିକଶିତ ଭାରତ@୨୦୪୭ ଏବଂ ବିକାଶିତ ଓଡ଼ିଶା@୨୦୩୬ ବୈଠକ । ଲୋକସେବା ଭବନରେ ଶୁକ୍ରବାର ଏହି ବୈଠକ ଅନୁଷ୍ଠିତ ହେବ। ଏଥି ନିମନ୍ତେ ‘ସଂସ୍କୃତି ଓ ଐତିହ୍ୟ’ ସମ୍ବନ୍ଧୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ବିଭିନ୍ନ ବିକାଶମୂଳକ ଚିନ୍ତାଧାରା ଓ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଏବଂ ଏହାର କାର୍ଯ୍ୟାନ୍ୱୟନ କ୍ରମରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, ଆଦିବାସୀ ସଂସ୍କୃତି, ଲୋକକଳା, ଐତିହ୍ୟ ବର୍ଗରେ ପ୍ରତିଷ୍ଠିତ ବ୍ୟକ୍ତି ତଥା ବିଶାରଦମାନେ ଯୋଗଦେବେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବାହ୍ଣ ୧୦ଟା ସମୟରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ସମ୍ମିଳନୀରେ ବିଶାରଦମାନେ ଯୋଗଦେଇ ସୁଚିନ୍ତିତ ମତାମତ ଲିଖିତ ଓ ମୌଖିକ ଭାବେ ପ୍ରଦାନ କରିବେ । ଏହାଛଡ଼ା ୩ଟି ପ୍ରମୁଖ ବିଷୟରେ ଉପରେ ଚର୍ଚ୍ଚା ହେବ । ଭାରତ @୨୦୪୭ ଏବଂ ବିକଶିତ ଓଡ଼ିଶା @୨୦୩୬ରେ ‘ସଂସ୍କୃତି ଓ ଐତିହ୍ୟ’କୁ ନେଇ ୩-୪ଟି ପରାମର୍ଶ, ଯାହା କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହେବା ସହିତ ଲୋକକଳା ଓ ସଂସ୍କୃତି ସୁରକ୍ଷିତ ହେବ । ଏଥି ସହିତ ରୋଜଗାର ଓ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି ହେବ।

Exit mobile version