Site icon ଆଜିକାଲି

ବିକାଶ ଦେଖିବ ପାଇକମାଲ : ମୁଖ୍ୟମନ୍ତ୍ରୀ

ବରଗଡ଼ : ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦ୍ଵିତୀୟ ସଭା ପାଇକମାଲ ବ୍ଳକରେ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶର ଧାରାକୁ ଆଗେଇ ନେବାକୁ ବିଜେଡି ସବୁବେଳେ ସଂକଳ୍ପବଦ୍ଧ ବୋଲି ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଆମେ ସବୁବେଳେ କାମରେ ବିଶ୍ବାସ କରୁ କଥାରେ ନୁହେଁ । ତେଣୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ନିଶ୍ଚୟ ହେବ ଓ ଆମେ ତାକୁ ପାଳନ କରିବୁ ବୋଲି କହିଥିଲେ । ସଭାରେ କେବଳ ପାଇକମାଲ ବ୍ଲକ ପାଇଁ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ପାଖାପାଖି ୩୮ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ଓ ଉଦଘାଟନ କରିଥିଲେ ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ଟୁକୁନି ସାହୁ, ବିଧାୟିକା ବର୍ଷା ସିଂ ବରିହା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ମିଶନ ଶକ୍ତି ଏସଏଚଜି ମହିଳା ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ ।

Exit mobile version