Site icon ଆଜିକାଲି

ଦେବୀ ନଦୀରେ ଛାତ୍ର ନିଖୋଜ ଘଟଣା, ଆଜି ଆଉ ଜଣଙ୍କ ମୃତଦେହ ଠାବ

ଜଗତସିଂହପୁର : ଜଗତସିଂହପୁର ମାଛଗାଁ ଦେବୀ ନଦୀରେ ବୁଡି ୩ ଛାତ୍ର ନିଖୋଜ ଘଟଣା । ମଙ୍ଗଳବାର ସକାଳେ ତୃତୀୟ ନିଖୋଜ ଛାତ୍ର ଶୁଭମ ପାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳ ଠାରୁ ୫୦୦ ମିଟର ଦୂର ମଙ୍ଗପୁର ନିକଟରୁ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଯେ, ଗତ ସୋମବାର ଦିନ ୪ ଜଣ ସାଙ୍ଗ ହୋଇ ଜଗତସିଂହପୁର ମାଛଗାଁ ନିକଟସ୍ଥ ଦେବୀ ନଦୀ ଘାଟକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ୩ ଜଣ ବୁଡ଼ିଯାଇଥିଲେ । ଏମାନେ ସମସ୍ତେ ଭୁବନେଶ୍ୱରରେ ରହି ଭିନ୍ନ ଭିନ୍ନ ଶ୍ରେଣୀରେ ପାଠ ପଢୁଥିଲେ। ସମସ୍ତେ ସାଙ୍ଗ ହୋଇ ରବିବାର ଚନ୍ଦ୍ରପଡା ସ୍ଥିତ ସତ୍ୟବ୍ରତଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଉ ଗାଧୋଇବାକୁ ଯିବାବେଳେ ଏହି ଅଘଟଣ ଘଟିଥିଲା । ସୋମବାର ଅନ୍ୟ ଦୁଇ ଜଣ ଛାତ୍ର ସ୍ୱାଭିମାନ ବାରିକ ଓ ସତ୍ୟବ୍ରତ ବାରିକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ବାକି ଆଉ ଜଣଙ୍କ ମୃତଦେହ ମଙ୍ଗଳବାର ସକାଳେ ମୃତଦେହ ଠାବ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Exit mobile version