Site icon ଆଜିକାଲି

ଶ୍ରୀମନ୍ଦିରକୁ ୫ କୋଟି ଦାନ କଲେ ଶ୍ରଦ୍ଧାଳୁ

ପୁରୀ : ଶ୍ରୀମନ୍ଦିରକୁ ୫ କୋଟି ଟଙ୍କା ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ଜଣେ ବଦାନ୍ୟ ଶ୍ରଦ୍ଧାଳୁ ଏହି ଅର୍ଥକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପ୍ରଦାନ କରିଥିବା ସୂଚନା ମିଳିଛି। ଶ୍ରଦ୍ଧାଳୁଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ। ଶ୍ରୀମନ୍ଦିରକୁ ପ୍ରଥମ ଥର ପାଇଁ ଏକକାଳୀନ କୌଣସି ଶ୍ରଦ୍ଧାଳୁ ନଗଦ ୫କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରିଥିବା ସୂଚନା ମିଳିଛି। ଏକକାଳୀନ ୫କୋଟି ଟଙ୍କା ଦାନ କରିବାରେ ପ୍ରଥମ ଶ୍ରଦ୍ଧାଳୁଙ୍କ ନାମ ଜଣାପଡ଼ି ନାହିଁ।

ସୂଚନା ଯୋଗ୍ୟ ଯେ ଜଗନ୍ନାଥ ମନ୍ଦିରରେ ଥିବା ବିଭିନ୍ନ ହୁଣ୍ଡିରୁ ଦୈନିକ ୪ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦାନ କରିଥିବା ଅର୍ଥରାଶି ମିଳିଥାଏ। ଆଜି ଗୋଟିଏ ହୁଣ୍ଡି ଖୋଲି ଟଙ୍କା ହିସାବବେଳେ ଏକକାଳୀନ ଜଣେ ଶ୍ରଦ୍ଧାଳୁ ୫କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଥିଲା।

Exit mobile version