Site icon ଆଜିକାଲି

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଭକ୍ତଙ୍କ ଅର୍ପଣ ଭକ୍ତି ଅର୍ଘ୍ୟ

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅର୍ପଣ ରଥ ବୁଲି ଭକ୍ତଙ୍କଠାରୁ ସଂଗୃହୀତ ଗୁଆ- ଅକ୍ଷତ ପୁରୀରେ ପହଞ୍ଚିବା ଆରମ୍ଭ ହୋଇଛି। ପରିକ୍ରମା ପ୍ରକଳ୍ପର ଶୁଭମନାସି ସବୁ ଜିଲ୍ଲାରୁ ଗଡିଥିଲା ଅର୍ପଣ ରଥ । ଘରୁ ଘରୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତଙ୍କ ଭକ୍ତି ଅର୍ଘ୍ୟ ସ୍ୱରୂପ ସଂଗୃହୀତ ହୋଇଥିଲା ଗୁଆ, ଚାଉଳ । ପର୍ଯ୍ୟାୟକ୍ରମେ ଏସବୁ ପୁରୀରେ ପହଞ୍ଚିବ । ପ୍ରଥମେ ଜଗତସିଂହପୁର ଓ ଦେବଗଡ ଜିଲ୍ଲାରୁ ସଂଗୃହୀତ ଗୁଆ ଚାଉଳ ପୁରୀରେ ପହଞ୍ଚିଛି ।

Exit mobile version