Site icon ଆଜିକାଲି

ଆସନ୍ତାକାଲି ଧାମନଗର ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର

ଭଦ୍ରକ : ଆସନ୍ତାକାଲି ଧାମନଗର ଉପ-ନିର୍ବାଚନର ଭୋଟ ଗଣତି । ଏଥର ଭୋଟର କାହାକୁ ଜିତାଇଛନ୍ତି, ତାହା ସ୍ପଷ୍ଟ ହେବ । ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ ଚିତ୍ର । ପ୍ରକାଶ ପାଇବ ଧାମନଗର ଫଳ । ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୨ଟା ସୁଦ୍ଧା ଫଳାଫଳ ଆସିବା ସମ୍ଭାବନା ରହିଛି । ଏଥର ଧାମନଗରରେ ୬୮ ଦଶମିକ ୯୮ ପ୍ରତିଶତ ମତଦାନ ହୋଇଛି ।

Exit mobile version