Site icon ଆଜିକାଲି

ସମ୍ବଲପୁର ଲୋକସଭା ଆସନରେ ବହୁମତରେ ବିଜୟ ହାସଲ କଲେ ଧର୍ମେନ୍ଦ୍ର ପ୍ରଧାନ

ପୁରୀ : ନିର୍ବାଚନୀ ଫଳାଫଳ ବିଜେପି ପାଇଁ ଗୋଟିଏ ପରେ ଗୋଟିଏ ଶୁଭ ଖବର ଆଣି ଦେଉଛି । ସମ୍ବଲପୁର ଲୋକସଭା ଆସନରେ ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏକ ଲକ୍ଷରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେପି ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଆସନରେ ତାଙ୍କ ବିପକ୍ଷରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ପ୍ରତିଦ୍ୱନ୍ଦିତା କରୁଥିଲେ । ହେଲେ ତାଙ୍କୁ ଏହି ଆସନରେ ନିରାଶ ହେବାକୁ ପଡ଼ିଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଛି । ସେପଟେ ବବି ଦାସଙ୍କୁ ୪ ଲକ୍ଷ ୪୦ ହଜାର ୭୯୩ ଭୋଟ୍‌ ପାଇଛନ୍ତି । ମୋଟ ଭୋଟ ବ୍ୟବଧାନ ୧ ଲକ୍ଷ ୧୨ ହଜାର ୯୮୪ ରହିଛି ।

Exit mobile version