କେନ୍ଦୁଝର, ବଡ ହେବା ପାଇଁ ଆତ୍ମ ବିଶ୍ବାସ ଏବଂ କୋଠର ପରିଶ୍ରମର ଆବଶ୍ୟକତା ରହିଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା, ପ୍ରାକୃତ୍ତିକ ବିପର୍ଯ୍ୟ,ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି କେନ୍ଦୁଝର ସଦର ବ୍ଲକ ରାଇସୁଆଁ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ସମାରୋହ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ଏହା କହିଥିଲେ।ଏଥିସହିତ ସେ କହିଥିଲେ, ଯେଉଁ ଦେଶ ଯେତେ ଶିକ୍ଷିତ ସେହି ଦେଶ ସେତେ ଆଗରେ ଅଛି। ହେଲେ ଭାରତୀୟମାନେ ଅନ୍ୟ ବିକଶିତ ରାଷ୍ଟ୍ର ମାନଙ୍କଠାରୁ କୌଣସି କ୍ଷେତ୍ରରେ କମ ନୁହନ୍ତି।ହେଲେ ଭାରତ ବର୍ଷରେ ଯେଉଁ ସଂସ୍କୃତି, ପରମ୍ପରା,ସଂସ୍କାର ଅନ୍ୟମାନଙ୍କଠାରେ ତାହା ପରିଲିକ୍ଷତ ହୁଏ ନାହିଁ। ତେଣୁ ଭାରତର ସଂସ୍କୃତି ବହୁ ସମୃଦ୍ଧ ଅଟେ।ଭାରତରେ ଭାଇଚାରା ରହିଛି।ଭାରତୀୟମାନେ ପ୍ରକୃତ୍ତିର ଉପାଷକ ଅଟନ୍ତି।ତେଣୁ ବହୁ ସଂପ୍ରଦାୟର ଲୋକମାନେ ବୃକ୍ଷ,ଜଂଗଲକୁ ପୂଜା କରନ୍ତି।ଏହି ପରମ୍ପରା ବହୁ ପୁରାତନ ଅଟେ।ବର୍ତ୍ତମାନ ଯେଉଁ ଗ୍ଲୋବାଲ ୱାର୍ମିଂ ସାରା ବିଶ୍ବ ଚିନ୍ତିତ।ତାହା ଭାରତୀୟମାନେ ବହୁ ପୂର୍ବରୁ ଜାଣିଥିଲେ । ଜଂଗଲ ବଞ୍ଚିଲେ ସୃଷ୍ଟି ରହିବ ବୋଲି।ଏହି ଅବସରରେ ଶିକ୍ଷକ ସମାଜକୁ ସେ ପରାମର୍ଶ ଦେଇଥିଲେ ଯେ,କେବଳ ଗଣିତ,ଇଂରାଜୀ କିମ୍ବା ମାତୃଭାଷାରେ ଆମ ପିଲା ଭଲ କରିବେ ତାହା ନୁହେଁ।ଆମ ପିଲା ଭଦ୍ର ମଣିଷ ହେବେ, ଆଧ୍ୟାତ୍ମୀକ ଜ୍ଞାନ ଆହରଣ କରିବେ, ଦୟା,କ୍ଷମା,ଧାର୍ମିକ ଭାବନା ତାଙ୍କ ମଧ୍ୟରେ ଜାଗୃତ କରିବା ପାଇଁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟରେ ଥିବା ଶିକ୍ଷକ ଅଭାବକୁ ତୁରନ୍ତ ପୁରଣ କରିବା ସହିତ ଅନ୍ୟାନ୍ୟ ଅସୁବିଧା ମଧ୍ୟ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ହୀରକ ଜୟନ୍ତୀ କମିଟି ସଭାପତି ଡା ଗଙ୍ଗାଧର ହାସଦା ସଭାପତିତ୍ବ କରିବା ଅବସରରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଯୋଡା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡା: ମୃଦଳା ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜରେ ଭଲ ମଣିଷ ହୋଇ ପ୍ରତିଷ୍ଠିତ ହେବା ବହୁତ ସହଜ ଅଟେ।କାରଣ ନିଜ ମନକୁ ଭଲ କରିଦେଲେ ସମସ୍ତେ ଭଲ ଲାଗିବେ ଆଉ ଆଦର କରିବେ।ତମ ସହିତ ମିଶିବାକୁ ବ୍ୟାକୁଳ ହେବ।ସେହିପରି ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ଯୋଗଦେଇ ଯେଉଁ ଛାତ୍ରଛାତ୍ରୀ ଯେଉଁ କ୍ଷେତ୍ରରେ ଅଧିକ ଦକ୍ଷତା ଅଛି ବା ରୁଚି ଅଛି ତାଙ୍କୁ ସେହି କ୍ଷେତ୍ରରେ ବିନିଯୋଗ କଲେ ସଫଳତା ମିଳିଥାଏ।ରୁଚି ଅନୁଯାୟୀ ପ୍ରବୃତି ଚୟନ କଲେ ତାହା ସଫଳତାର ମାର୍ଗ ଦେଖାଇଥାଏ ବୋଲି କହିଥିଲେ।ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସାଂସଦ ଚନ୍ଦ୍ରାଣୀ ମୁର୍ମ୍ମୁ ଶିକ୍ଷା ମଣିଷର ଆତ୍ମା ଅଟେ।ସୁସ୍ଥ ସମାଜ ଗଠନରେ ଶିକ୍ଷା ଅପରିହାର୍ଯ୍ୟ ଅଟେ।ଶିକ୍ଷାର ଆରମ୍ଭ ଅଛି ହେଲେ ତାହାର ଶେଷ ନାହିଁ।ମା’ ହେଉଛି ଶିଶୁର ପ୍ରଥମ ଶିକ୍ଷକ। ମା’ଠାରୁ ଶିଶୁଟି ଖାଇବା,ପିଇବା,ଚାଲିବା ଏବଂ ଅନ୍ୟାନ୍ୟ ସମସ୍ତ ଶିକ୍ଷା ଲାଭ କରିଥାଏ।ଛାତ୍ରଛାତ୍ରୀମାନେ ନିଷ୍ଠାର ସହିତ ଜ୍ଞାନ ଆହରଣ କଲେ ନିଶ୍ଚିତ ସଫଳତା ହାସଲ କରିପାରିବେ।ସଫଳ ବ୍ୟକ୍ତି ପଛରେ ନିଶ୍ଚିତ ଭାବେ ଜଣେ ଶି୪କଙ୍କର ହାତ ରହିଥାଏ। ହେଲେ ଯେତେ ବେଳେ ଜଣେ ସଫଳତାର ଶୀର୍ଷକୁ ଚଢେ କେହି ସେହି ଶିକ୍ଷକଙ୍କୁ ମନେ ରଖନ୍ତି ନାହିଁ।ତେଣୁ ଛାତ୍ରଛାତ୍ରୀମାନେ ନିଜର ଗୁରୁଙ୍କୁ କେବେ ଭୂଲିବ ନାହିଁ ବୋଲି ପରମର୍ଶ ଦେଇଥିଲେ।ବିଫଳ ହେବାକୁ ଛାତ୍ରଛାତ୍ରୀ କେବେ ଭୟ କରିବେ ନାହିଁ।କାରଣ ବିଫଳ ହୋଇଥିବା ଛାତ୍ରଛାତ୍ରୀ ହିଁ ସଫଳତାର ସ୍ବାଦ ଅନୁଭବ କରିପାରିବ ବୋଲି କହିଥିଲେ।ଅନ୍ୟତମ ସମ୍ମାନୀତ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ଉପ ସଭାପତି ସୌମ୍ୟଶଙ୍କର ଚକ୍ର ଯୋଗଦେଇ ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ହେବ।କୋଟିଏ ଶିଶୁର ପ୍ରଥମ ବିଦ୍ୟାଳୟ ହେଲା ଘର।ତେଣୁ ଘରୁ ପିଲାଟି ସଂସ୍କୃର ଆହରଣ କରିଥାଏ ବୋଲି କହିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ଅବସରରେ ବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ।୧୯୬୧ ମସିହାରେ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ପ୍ରଚେଷ୍ଠାରେ ଆରମ୍ଭ ହୋଇଥିଲା।ଆଜି ଏହି ବିଦ୍ୟାଳୟରେ ୩୮୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।ଏହି ବିଦ୍ୟାଳୟରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଜନ୍ମଲାଭ କରିଛନ୍ତି।ରାଜ୍ୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ବିଦ୍ୟାଳୟ ଗୌରବାନ୍ନିତ କରିଛନ୍ତି।ହୀରକ ଜୟନ୍ତୀ କମିଟି ସଂପାଦକ ବସନ୍ତ ରଥ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ବିଦ୍ୟାଳୟ ନିର୍ମାଣ,ଶିକ୍ଷାଦାନ ଏବଂ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇଥିବା ବ୍ୟକ୍ତିବିଶେଷ ନିଳାମ୍ବର ରାଉତ,ମୂରଲୀଧର ରାଉତ, ନିତ୍ୟାନନ୍ଦ ମନ୍ତ୍ରୀ,ରାଧାମୋହନ ରଥ,କୁଶଧର ବେହେରା,ବେଣୁଧର ରାଉତ,ରତ୍ନାକର ମହାପାତ୍ର,ରତ୍ନାକର ମହାନ୍ତ,ଶୀଶିର ଭୂଷଣ ରାୟ, ମଙ୍ଗୁଳୁ ଚରଣ ମନ୍ତ୍ରୀ,ବିପିନ ବିହାରୀ ମିଶ୍ର,ଲୋକନାଇ ସାହୁ, ଗଦାଧର ଖଟୁଆ,ଭାଗିରଥି ଘୋଷ,ଭଗବାନ ମନ୍ତ୍ରୀ,ଜୟରାମ ପାତ୍ର, ପ୍ରଥମ ବ୍ୟାଚର ଛାତ୍ର ପଦ୍ମନାଭ ଖଣ୍ଡା,ସାରଦା ପ୍ରସନ୍ନ ପତି,ସନାତନ ସାହୁ,ଗଦାଧର ଉପାଧ୍ୟାୟ ପ୍ରମୁଖଙ୍କୁ ସମ୍ମାନୀତ କରାଯାଥିଲା।ଏହି ବଅସରରେ ହୀରକ ଜୟନ୍ତୀ ସ୍ମରଣିକା ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗା ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।