Site icon ଆଜିକାଲି

ସମ୍ବଲପୁରର ହୀରାକୁଦ ଅଞ୍ଚଳରେ ଝାଡ଼ାବାନ୍ତି, ୪୦ରୁ ଅଧିକ ଆକ୍ରାନ୍ତ

ସମ୍ବଲପୁର – ସମ୍ବଲପୁର ସହରର ହୀରାକୁଦ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିବା ସୂଚନା ମିଳିଛି । ଝାଡାବାନ୍ତିରେ ୪୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଅବସ୍ଥା ଗୁରୁତର ରହିଛି ।ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା ଅନୁମାନ କରାଯାଉଛି । ସମସ୍ତ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୪୦ ଜଣ ଆକ୍ରାନ୍ତଙ୍କୁ ହୀରାକୁଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୫ ଜଣଙ୍କୁ ବୁର୍ଲା ଭୀମସାରର ଭର୍ତ୍ତି କରାଯାଇଛି l ହୀରାକୁଦ, କାଳୁପଡା, ଗଉଡପଡା, ଗୁରୁଦ୍ବାରା ଓ ନ୍ୟୁ ମାର୍କେଟ ପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି।

Exit mobile version