Site icon ଆଜିକାଲି

ଗ୍ରାମାଞ୍ଚଳ ବିପର୍ଜୟ ପରିଚାଳନା ତାଲିମ ଶିବିର

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଜରୁରୀକାଳୀନ ବିଭାଗ ଓ ଓଷଡମା ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ଭିଡିଏମପି (କର୍ମଶାଳା  ଆୟୋଜିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଜ୍ୟ,ଜିଲ୍ଲା ଆପାତକାଳୀନ ଅଧିକାରିଣୀ ସୁରଞ୍ଜିକା ବେହେରା ଯୋଗଦେଇ ଗ୍ରାମାଞ୍ଚଳ ସ୍ତରରେ ବିପର୍ଜୟ ପରିଚାଳନା ର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଓଷଡମା ଜିଲ୍ଲା ପ୍ରକଳପ ଅଧିକାରୀ ସୁଧାଂଶୁ ପୃଷ୍ଟି ପାୱାର ପଏଣ୍ଟ ମାଧ୍ୟମରେ ବିସ୍ତାର ବ୍ୟାଖ୍ୟା କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାସ୍ତରୀୟ ଅଧିକାରୀ ,ସ୍ବେଚ୍ଛାସେବୀ ସଂଗଠନ ,ବ୍ଲକ ଅଧିକାରୀ ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ବିପର୍ଜୟ ପରିଚାଳନା ସମ୍ପର୍କ ରେ ତାଲିମ ଗ୍ରହଣ କରିଥିଲେ ,ପାଟଣା ,ସାହାରପଡା । ହରିଚନ୍ଦନପୁର ,ଘଟଗାଁ  ବ୍ଲକ ର ପାଞ୍ଚସହ ଗ୍ରାମକୁ ଦ୍ବିତୀୟ ପର୍ଜୟ ରେ ଗ୍ରହଣ କରାଯାଇ ତାଲିମ ପ୍ରଦାନ କରାଯାଉଛି । ଯେକୌଣସି ବିପର୍ଜୟ ସମୟରେ ଶୂନ୍ୟ ଜୀବନହାନୀ ଓ ସର୍ବନିମ୍ନ କ୍ଷତି କର୍ଜୟକ୍ରମ ଉପରେ ଗୁରୁତ୍ବ ପ୍ରଦାନ କରି ନିୟମିତ ଏହି ତାଲିମ କର୍ଜୟକ୍ରମ ଚାଲୁରହିଛି ।

Exit mobile version