Site icon ଆଜିକାଲି

ବିଜେଡି ବୈଠକରେ ନିର୍ବାଚନମଣ୍ଡଳୀରେ ଦଳୀୟ ସ୍ଥିତି ନେଇ ଆଲୋଚନା : ଦେବୀ ମିଶ୍ର

ଭୁବନେଶ୍ୱର – ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୩୦ରୁ ଅଧିକ ନେତା ଯୋଗ ଦେଇଥିଲେ। ଦୀର୍ଘ ଅଢେଇ ଘଣ୍ଟା ଧରି ବୈଠକ ଚାଲିଥିଲା । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ,ଆଜିର ବୈଠକରେ ଆଗାମୀ ନିର୍ବାଚନ ନେଇ ଦଳୀୟ ରଣକୌଶଳ ସମ୍ପର୍କରେ ଆଲୋଚନା ହୋଇଛି । ପ୍ରତି ବୁଥ, ବ୍ଲକ ଓ ଜିଲ୍ଲାୱାରୀ ସ୍ଥିତି ନେଇ ବୈଠକରେ ଆଲୋଚନା ହୋଇଥିବା ନେଇ ଦେବୀ ମିଶ୍ର ସୂଚନା ଦେଇଛନ୍ତି। ଦଳର ପର୍ଯ୍ୟବେକ୍ଷକମାନେ ସେମାନଙ୍କ ରିପୋର୍ଟ ଦେଇଛନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି।

Exit mobile version