Site icon ଆଜିକାଲି

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳଙ୍କ ଆଲୋଚନା


ଭୁବନେଶ୍ୱର: ଲୋକସେବା ଭବନସ୍ଥ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ଵଥୀ.ଏସ୍‌ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କୋଲକାତାରେ ଥିବା କନସୋଲାଟ୍ ଜେନେରାଲ ଡେଡିଅର ତାଲପେନ୍‌ଙ୍କ ନେତୃତ୍ଵରେ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରେଞ୍ଚ ଭାଷା ଶିକ୍ଷା ନିମନ୍ତେ ଗଣଶିକ୍ଷା ସଚିବଙ୍କ ସହିତ ଆଲୋଚନା କରିଥିଲେ ।

ଫ୍ରେଞ୍ଚ ଭାଷାର ଶିକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ସମ୍ବନ୍ଧରେ ଫ୍ରେଞ୍ଚ ଡେଲିଗେସନ ସୂଚନା ପ୍ରଦାନ କରିବା ସହ ରାଜସ୍ଥାନ ଓ ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ଫ୍ରେଞ୍ଚ ଭାଷା ଶିକ୍ଷାର ପ୍ରସାର ପାଇଁ ସେମାନେ ମତବ୍ୟକ୍ତ କରିଥିଲେ । ବିଭାଗୀୟ ସଚିବ ଫ୍ରେଞ୍ଚ ଭାଷା ଶିକ୍ଷା ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସ୍ତରରେ ବିସ୍ତୃତ ଆଲୋଚନା କରି ପରବର୍ତ୍ତୀ ସମୟରେ ଅବଗତ କରାଯିବ ବୋଲି ଫ୍ରେଞ୍ଚ ଡେଲିଗେସନମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦୁର୍ଗାପ୍ରସାଦ ମହାପାତ୍ର , ଫ୍ରେଞ୍ଚ ଡେଲିଗେସନରେ ଆସିଥୁବା ଏମାନୁଏଲ୍ ଲେବୁନ୍ ଡାମିଏନ୍‌ସ , ଫାତିହା କାମୋସି , ଆଲିଶଗନି ଓ ଅଞ୍ଜିତା ରାୟଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Exit mobile version