Site icon ଆଜିକାଲି

ରେଳ ଲାଇନ୍‌ରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି : ରେଳ ଲାଇନରେ ଯୁବକଙ୍କ ଖଣ୍ଡବିଖଣ୍ଡତି ମୃତଦେହ ଉଦ୍ଧାର ହୋଇଛି । କଣ୍ଟାବାଞ୍ଜି ମୁରିବାହଲ ଯାଇଥିବା ରେଳ ଲାଇନ କୁକୁଡାହାଡ ଗାଁ ନିକଟ ଟ୍ରାକରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡତି ମୃତଦେହ ଉଦ୍ଧାର କରିଛି ଜିଆରପି । ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ଏକ ମାଲବାହୀ ଟ୍ରେନରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜାଣିପାରିଛି ଜିଆରପି ପୋଲିସ । ଯୁବକ ଜଣଙ୍କ ହେଲେ ବେଳପଡା ବ୍ଲକ ରାଡ଼ବାହାଲ ଗାଁର ସୁରେଶ ପ୍ରସାଦ ହଂସ ।

ସୁରେଶ ସୋମବାର ଘରୁ ବାହାରି କଣ୍ଟାବାଞ୍ଜି ଆସିଥିଲେ । ପରେ କୌଣସି କାରଣରୁ ରେଳ ଲାଇନରେ ଆତ୍ମହତ୍ୟା କରିଥିଲେ । ଘଟଣାସ୍ଥଳରେ ଜିଆରପି ତଦନ୍ତ କରି ପରିବାର ବର୍ଗଙ୍କୁ ଯୋଗାଯୋଗ କରି ଶବ ଚିହ୍ନଟ କରିଛି । ତାଙ୍କ ନିକଟରୁ ଆଧାର କାର୍ଡ ଏବଂ ଅନ୍ୟ କାଗଜପତ୍ର ବାହାରିଥିବା ଜଣାପଡିଛି । ଅନ୍ୟପକ୍ଷରେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡ଼ିନାହିଁ । ଜିଆରପି ପୋଲିସ ଶବ ଜବତ ପରେ ସ୍ଥାନୀୟ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

Exit mobile version