Site icon ଆଜିକାଲି

ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାପ୍‌ଙ୍କ ବିବାଦ : ଆଜି ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ

କଟକ: କଟକ ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଘନଉଛି ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାପ୍‌ଙ୍କ ବିବାଦ। ଅଧିକ୍ଷକଙ୍କ ହସ୍ତକ୍ଷେପ ପରେ ବି ବିବାଦର ସମାଧାନ ହୋଇପାରିନାହିଁ। ଆଜି ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛି ହାଉସ୍ ସର୍ଜନ୍ ସଂଘ। ଫଳରେ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି।

ମଙ୍ଗଳବାର ଶତାଧିକ ନର୍ସିଂ ଷ୍ଟାପ୍ ଓ ଜୁନିୟର୍ ଡାକ୍ତର ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ରବିବାର ସନ୍ଧ୍ୟାରେ ମେଡିସିନ୍ ଓ୍ବାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ୍ ସର୍ଜନ ଙ୍କ ଭିତରେ ବଚସା ହୋଇଥିଲା। ନର୍ସିଂ କର୍ମଚାରୀଙ୍କୁ ହାଉସ୍ ସର୍ଜନ୍ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶତାଧିକ ନର୍ସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେହିପରି ନର୍ସିଂ କର୍ମଚାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଜୁନିୟର୍ ଡାକ୍ତର । ତେବେ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ମେଡିକାଲ କର୍ତ୍ତୁପକ୍ଷ। କେମିତି ବିବାଦର ସମାଧାନ ହେବ , ତା ଉପରେ ନଜର ରହିଛି।

Exit mobile version