Site icon ଆଜିକାଲି

ଆଜି ତିନି ଜିଲ୍ଲାରେ ‘ନୂଆ-ଓ’ ଛାତ୍ରବୃତ୍ତି ବିତରଣ

ଭୁବନେଶ୍ୱର – ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ‘ନୂଆ-ଓ ଛାତ୍ରବୃତ୍ତି’ ଆଜିଠୁ ବିତରଣ କରାଯିବ । ଆଜି ସମ୍ୱଲପୁର, ଦେବଗଡ, ଅନୁଗୋଳ ଜିଲ୍ଲାରେ ଏହି ଛାତ୍ରବୃତ୍ତି ବିତରଣ କରାଯିବ।

କିଛି ଦିନ ତଳେ ରାଜ୍ୟ ସରକାର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ନେଇ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯାଜପୁରରେ ନୂଆ-ଓ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ । ଏହି ଯୋଜନାରେ ଛାତ୍ରୀମାନଙ୍କୁ ୧୦ ହଜାର ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ମିଳିବ । ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀ ଏହି ନୂଆ-ଓ ଛାତ୍ରବୃତ୍ତି ପାଇବେ । ସେହିଭଳି ପାଖାପାଖି ୩୫ ହଜାର ପିଜି ଛାତ୍ରଛାତ୍ରୀ ମଧ୍ୟ ଏହି ବୃତ୍ତି ପାଇବେ । ପ୍ରତିବର୍ଷ ଏହି ଛାତ୍ରବୃତ୍ତି ମିଳିବ । ଏହି ଛାତ୍ରବୃତ୍ତି ଟଙ୍କା ସିଧାସଳଖ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଯିବ । ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଅଭିଭାବକଙ୍କ ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବ ନାହିଁଁ। ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ।

Exit mobile version