Site icon ଆଜିକାଲି

ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା


କେନ୍ଦୁଝର, ସ୍ଥାନୀୟ ଡି.ଏନ୍.ହାଇସ୍କୁଲ ଅଡିଟୋରିୟମରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ସର୍ବମୋଟ ୧୦ ଟି ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।ମୁଖ୍ୟ ବିଚାରକ ଭାବେ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରାଧ୍ୟାପକ ଡ. କୁଳମଣି ପ୍ରଧାନ ଏବଂ ଡି.ଆଇ.ଇ.ଟି. କେନ୍ଦୁଝରର ସିନିୟର୍ ଏଜୁକେଟର ତଦାଶା ତଟିନୀ ପଣ୍ଡା ଯୋଗ ଦେଇ ନାଟକ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଯୋଗ ଦେଇ ବିଜେତା ଦଳ ଗୁଡ଼ିକୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀଙ୍କୁ ଅଭିନୟ ମନସ୍କ ହେବା ପାଇଁ ଉତ୍ସାହିତ କରିଥିଲେ।ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ବର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ଏବଂ ଡି.ଏନ୍.ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତିଙ୍କ ଉଦ୍ୟମ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା କର୍ମଚାରୀଙ୍କ ପ୍ରଚେଷ୍ଟାରେ ନାଟକ ପ୍ରତିଯୋଗିତାର ସଫଳ ରୂପାୟନ ହୋଇଥଲା।ଉକ୍ତ ପ୍ରତିଯୋଗିତାରେ ଢେଙ୍କିକୋଟ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ,ଡି.ଏନ୍.ହାଇସ୍କୁଲ ଦ୍ୱିତୀୟ, ଦୋବଲାପାଳ ହାଇସ୍କୁଲ,ତେଲକୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଢେଙ୍କିକୋଟ ବାଳିକା ଉଚ୍ଚ ବିଦ୍ୟାଳୟ ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି।

Exit mobile version