Site icon ଆଜିକାଲି

ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ


କେନ୍ଦୁଝର, କେନ୍ଦୁଝରସ୍ଥିତ ଏନ୍.ଏସ୍.ପୋଲିସ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ୍ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ବର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ସମ୍ବନ୍ଧୀୟ କଥାବସ୍ତୁ ଉପସ୍ଥାପନ କରିଥିଲେ।ଏହି କୁଇଜ୍ ପ୍ରତିଯୋଗିତାରେ ୬୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ବରିଷ୍ଠ ବିଭାଗରେ ଏନ୍.ଏସ୍.ପୋଲିସ ହାଇସ୍କୁଲର ଛାତ୍ର ନିଜାନନ୍ଦ ପାତ୍ର ପ୍ରଥମ,କୁଶଳେଶ୍ୱର ହାଇସ୍କୁଲ ଦେଓଗାଁର ଛାତ୍ରୀ ବିଶ୍ୱପ୍ରିୟା ନାୟକ ଦ୍ଵିତୀୟ,ଭଗବତୀ ହାଇସ୍କୁଲ ଭଣ୍ଡାରିଡିହା ର ଛାତ୍ର ଓମ୍ ପ୍ରସାଦ ରାଉତ ତୃତୀୟ ହୋଇଥିଲେ।କନିଷ୍ଠ ବିଭାଗରେ ଭ‌ଅଁରପୁର ଆଞ୍ଚଳିକ ନୋଡାଲ ହାଇସ୍କୁଲର ଛାତ୍ର ଆଦିତ୍ୟ ପାତ୍ର ପ୍ରଥମ,ଦୋବଲାପାଳ ହାଇସ୍କୁଲ ର ଛାତ୍ର ମାନସ ରଞ୍ଜନ ବିଶ୍ଵାଳ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତଳଚମ୍ପେଇ ର ଛାତ୍ର ସଞ୍ଜୀବ କୁମାର ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ।ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ମଧୁସ୍ମିତା ଚକ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ବିବେକାନନ୍ଦ ରାଉତ,ସାଗରିକା ସାହୁ, ବିଜୟ କୁମାର ବେହେରା ପ୍ରମୁଖ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦୁଇ ଜଣ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ କୁଇଜ୍ ରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ବୋଲି ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ବର ମହାନ୍ତ ସୂଚନା ଦେଇଛନ୍ତି।

Exit mobile version