କଟକ : ଅନୁଭବ-ବର୍ଷା ଛାଡପତ୍ର ମାମଲା । ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ । ୧୦ ବର୍ଷର ସଂପର୍କ ହୋଇଛି ଶେଷ । ଓଲିଉଡ୍ର ବହୁ ଚର୍ଚ୍ଚିତ ଷ୍ଟାର ଦମ୍ପତିଙ୍କର ହୋଇଛି ଛାଡପତ୍ର । ବିବାହ ବିଚ୍ଛେଦ ସମ୍ପର୍କରେ ସୋସିଆଲ୍ ମିଡିଆ x ରେ ସୂଚନା ଦେଇଛନ୍ତି ଅନୁଭବ ମହାନ୍ତି । ସେହିପରି ବିବାହର ୧୦ ବର୍ଷ ପୂର୍ତ୍ତି ଆଗରୁ ଏହି ବିବାହ ବିଚ୍ଛେଦ ହୋଇଥିବା ଅନୁଭବ ଲେଖିଛନ୍ତି ।
ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟଙ୍କ ମଂଜୁରୀ ମିଳିଛି । ଗୁରୁବାର ବର୍ଷା-ଅନୁଭବଙ୍କ ବିବାହକୁ ୧୦ ବର୍ଷ ପୁରୁଛି । ତେବେ ଏହାକୁ ୧୦ ବର୍ଷର ଯନ୍ତ୍ରଣାଦାୟକ, ହୃଦୟହୀନ, ଅର୍ଥହୀନ ଏବଂ ମିଥ୍ୟା ବିବାହ ସମ୍ପର୍କ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି ।ମୋ ପାଇଁ ଏବଂ ମୋ ପରିବାର ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଉଛି ବୋଲି ଅନୁଭବ ଲେଖିଛନ୍ତି । ଏହାସହ ବର୍ଷାଙ୍କ ଖୁସି ପାଇଁ ପ୍ରାର୍ଥନା କରିଛନ୍ତି ଅନୁଭବ ।