Site icon ଆଜିକାଲି

ଡ୍ରାଇଭର ମହାସଂଘ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି । ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି ବୋଲି ସଭାପତି ପ୍ରଶାନ୍ତ ମେଣ୍ଡୁଲି ଘୋଷଣା କରିଛନ୍ତି। ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଏହି ନିଷ୍ପତ୍ତି ନେଇଛି ଡ଼୍ରାଇଭର ମହାସଂଘ । ପୂର୍ବରୁ ଆନ୍ଦୋଳନରୁ ଓହରିବା ପାଇଁ ମହାସଂଘକୁ ମିଳିତ ଭାବେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଅପିଲ କରିଥିଲେ। ଆଜି ଡ୍ରାଇଭର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିଲା ।

ବିଭିନ୍ନ ଦାବି ନେଇ ବୁଧବାରଠାରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲା ଡ୍ରାଇଭର ମହାସଂଘ। ଅବଶ୍ୟ କେତେକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିନଥିଲେ। ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ଟ୍ରକ ମାଲିକ ସଂଘ ଆନ୍ଦୋଳନରୁ ଦୂରେଇ ରହିଥିଲେ। ଗୁରୁବାର ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ । ଆସନ୍ତା ତିନି ମାସରେ ଡ୍ରାଇଭରଙ୍କ ଦାବି ପୂରଣ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ବିବୃତି ଜାରି କରିଥିଲେ ।

ତିନି ମାସ ସମୟ ଅଧିକ ବୋଲି ଭାବି ପୁଣି ଆନ୍ଦୋଳନ କରିଥିଲୁ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ପରିବା ଦର ବଢ଼ିଥିବା ବେଳେ ପେଟ୍ରୋଲର ଅଭାବ ଦେଖାଦେଇଛି ।ମାତ୍ର ଆଜି ଗଣମାଧ୍ୟମରେ ପୁଣି ମୁଖ୍ୟ ଶାସନ ସଚିବ ନିବେଦନ କରିବା ପରେ ଆନ୍ଦୋଳନ ସ୍ଥଗିତ ରଖିଛୁ ବୋଲି ଡ୍ରାଇଭର ମହାସଂଘ ସଭାପତି କହିଛନ୍ତି।

Exit mobile version