Site icon ଆଜିକାଲି

କୁଆଖାଇ ନଦୀରେ ବୁଡିଯିବା ଘଟଣା ; ୪ ମୃତଦେହ ଉଦ୍ଧାର

ଭୁବନେଶ୍ୱର : କୁଆଖାଇ ନଦୀରେ ବୁଡିଯିବା ଘଟଣାରେ ବୁଧବାର ସମସ୍ତ ୪ ମୃତଦେହ ଉଦ୍ଧାର ହୋଇ ସାରିଛି। ଗତକାଲି ଠାରୁ ଖୋଜାଖୋଜି ପରେ ଆଜି ଆଉ ୨ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଅଗ୍ନିଶମ ବାହିନୀ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। କାଲି ବାଲିଅନ୍ତା ଥାନା ଧବଳହାର ନିକଟରେ ବୁଡିଯାଇଥିଲେ ୪ ଜଣ ସାଙ୍ଗ।

ଭୁବନେଶ୍ୱରର ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇ ଅଘଟଣର ଶିକାର ହୋଇଥଲେ। ୮ ଜଣ ସାଙ୍ଗ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ବୁଡି ଯାଇଥିଲେ।

Exit mobile version