Site icon ଆଜିକାଲି

ରାଜ୍ୟରେ ଘନ କୁହୁଡି ନେଇ ସତର୍କ, ଆଜି ୧୬ ଜିଲାକୁ ୟଲୋ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୬ ତାରିଖ ଯାଏ ବିଭିନ୍ନ ଜିଲାରେ ଘନ କୁହୁଡ଼ି ନେଇ ଆଲର୍ଟ ଜାରି । ଆଜି ସକାଳ ସାଢ଼େ ୮ଟା ଯାଏ ଘନ କୁହୁଡ଼ି ନେଇ ୧୬ ଜିଲାକୁ ୟଲୋ ଆଲର୍ଟ ଜାରି କରାଯାଇଛି । ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ସେହିପରି ୪ରୁ ୫ ତାରିଖ ମଧ୍ୟରେ ୧୫ ଜିଲା ଏବଂ ୫ରୁ ୬ ତାରିଖ ସାଢ଼େ ୮ଟା ଯାଏ ମଧ୍ୟରେ ୧୭ ଜିଲାକୁ ଘନ କୁହୁଡ଼ି ନେଇ ୟଲୋ ଆଲର୍ଟ ଜାରି କରାଯାଇଛି ।

କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ ରହୁଥିବାରୁ ଦୁର୍ଘଟଣା ଘଟିବାର ମଧ୍ୟ ଆଶଙ୍କା ରହୁଛି । ସକାଳୁ ସକାଳୁ ଘରୁ ବାହାରିବା ମଧ୍ୟ ମୁସ୍କିଲ ହେଉଛି । ସେପଟେ ଆସନ୍ତା ୫ ଦିନ ଯାଏ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳବର୍ତ୍ତି ଅଞ୍ଚଳରେ ଶୀତ ସାମାନ୍ୟ କମିଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

Exit mobile version