Site icon ଆଜିକାଲି

ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ଗୋଡେଇ ଗୋଡେଇ ହାଣିଲେ ଦୁବୃର୍ତ୍ତ

ପଟ୍ଟାମୁଣ୍ଡାଇ : ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କୁରୁଣ୍ଟି ଗାଁରେ। ମୃତକ ଯୁବକ ହେଲେ କୁରୁଣ୍ଟି ଗାଁର ମୁନା ଓରଫ୍ ରଞ୍ଜନ ପରିଡ଼ା।

କୁରୁଣ୍ଟି ଗ୍ରାମର ରଶ୍ମି ରଞ୍ଜନ ପରିଡା ନାମକ ଜଣେ ଯୁବକଙ୍କୁ ଶୁକ୍ରାବର ବିଳମ୍ବିତ ରାତିରେ ଗୋଡେଇ ଗୋଡେଇ ହାଣିଲେ ଦୁବୃର୍ତ୍ତ । ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଘଟିବା ବେଳେ ସ୍ଥାନୀୟଲୋକେ ଆତଙ୍କିତ ଅବସ୍ଥାରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ରାଜନଗର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଅଛି । ହତ୍ୟାକାରୀଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ମୁତାବକ, ରଞ୍ଜନଙ୍କ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି। ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ମୁନାଙ୍କ ହତ୍ୟା କଲେ ତାର କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Exit mobile version