Site icon ଆଜିକାଲି

ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ତେଲକୋଇ : କେନ୍ଦୁଝର କାଞ୍ଜିପାଣି ଥାନା ସମ୍ମୁଖରେ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସର୍ଟ ସର୍କିଟ୍ ଯୋଗୁଁ ଗାଡିର ଆଗପଟୁ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି ।

ସୂଚନା ଯେ, କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ସମ୍ମୁଖରେ କେନ୍ଦୁ ବିକ୍ରି ହେଉଥିବା ଦେଖି ଡଷ୍ଟର କାର୍‌ରେ ଯାଉଥିବା ଯାତ୍ରୀ କେନ୍ଦୁ କିଣିବା ପାଇଁ ଓହ୍ଲାଇଥିଲେ । କେନ୍ଦୁ କିଣୁଥିବା ସମୟରେ ହଠାତ କାର୍ ବନେଟ୍‌ରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଡ୍ରାଇଭର ଗାଡିର ବନେଟ୍‌କୁ ଖୋଲିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବନେଟ୍ ଖୋଲିନଥିଲା । କାର୍‌ଟି ହୁତୁ ହୁତୁ ହୋଇ ଜଳିଯାଇଥିଲା । ସର୍ଟ ସର୍କିଟ୍ ଯୋଗୁଁ ଗାଡିର ଆଗପଟୁ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି । କାର୍‌ଟି ତେଲକୋଇ ପଟୁ କେନ୍ଦୁଝର ଆଡକୁ ଯାଉଥିବା ଜଣାପଡିଛି । ଓଡି୧୯ଇ୪୪୪୪ ଗାଡି ନମ୍ବର ଅନୁଗୋଳରୁ କେନ୍ଦୁଝର ବିଲେଇ ପଦାକୁ ଯାଉଥିଲେ ।

Exit mobile version