Site icon ଆଜିକାଲି

କଟକରେ ନକଲି ଆକ୍ୱାଗାର୍ଡ ଜବତ, ଜଣେ ଗିରଫ

କଟକ : ଭେଜାଲ ଓ ନକଲି ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଥିବା କଟକରୁ ଏବେ ନକଲି ଆକ୍ୱାଗାର୍ଡ ଜବତ ହୋଇଛି । ଆଜି କଟକ ବାଦାମବାଡି ଥାନା ପୋଲିସ ନକଲି ଆକ୍ୱାଗାର୍ଡ ତିଆରି ଓ ବିକ୍ରି ଅଭିଯୋଗରେ ଚଢାଉ କରି ଜଣଙ୍କୁ ଗିରଫ କରିଛି । ବ୍ୟକ୍ତି ଜଣଙ୍କ ବାଦାମବାଡି ଜଗନ୍ନାଥ ଲେନରେ ବଡ଼ ବ୍ରାଣ୍ଡ ନାଁରେ ନକଲି ଆକ୍ୱାଗାର୍ଡ ତିଆରି ଓ ବିକ୍ରି କରୁଥିଲେ। ଯେଉଁ ବଡ଼ କମ୍ପାନୀ ନାଁରେ ସେହି ବ୍ୟକ୍ତି ଜଣଙ୍କ ନକଲି ଆକ୍ୱାଗାର୍ଡ ତିଆରି କରୁଥିଲେ, ସେହି କମ୍ପାନୀ ଏହି ବିଷୟରେ ଜାଣିବା ପରେ ବାଦାମବାଡି ଥାନାରେ ଅଭିଯୋଗ କରିଥିଲା। ଏହାପରେ ବାଦାମବାଡି ଥାନା ପୋଲିସ ଓ କମିଶନରେଟ୍‌ ପୋଲିସର ଏକ ସ୍ବତନ୍ତ୍ର ସ୍କ୍ବାଡ ଚଢାଉ କରି ନକଲି ଆକ୍ୱାଗାର୍ଡ ଓ ଯନ୍ତ୍ରାଂଶ ଜବତ କରିଛନ୍ତି।

Exit mobile version