Site icon ଆଜିକାଲି

ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ଜିଲ୍ଲାସ୍ତରୀୟ ବଳିଦାନ ସ୍ମୃତି ସମାରୋହ

କେନ୍ଦୁଝର, ଗୋଁଡ ସାଂସ୍କୃତିକ ସମାଜ କେନ୍ଦୁଝର ପକ୍ଷରୁ ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କର ଜିଲ୍ଲାସ୍ତରୀୟ ବଳିଦାନ ସ୍ମୃତି ସମାରୋହ ଶନିବାର ପାଳିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ଗୋଁଡ ସମାଜର ସଭାପତି ଜନାର୍ଦ୍ଦନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଲୋକସଭା ସଦସ୍ୟ ତଥା ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଭାରତୀୟ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ ଯୋଗଦେଇ ନିଜ ବକ୍ତବ୍ୟରେ ମୋଗଲ ଶାସକ ଆକବରଙ୍କ ସହିତ ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ମଧ୍ୟରେ ୧୫୬୪ ରେ ଯୁଦ୍ଧ ହୋଇଥିଲା । ଏଥିରେ ଗୋଁଡ ରାଣୀ ଦୁର୍ଗାବତୀ ଜଣେ ମହିଳା ହୋଇଥିଲେ ମଧ୍ୟ ଆକବର ସେନାକୁ ୩ ଥର ପରାସ୍ତ କରିଥିଲେ ଏବଂ ଚତୁର୍ଥ ଯୁଦ୍ଧରେ ପରାସ୍ତ ହୋଇ ନିଜର ସମ୍ମାନ ରକ୍ଷା କରିବାକୁ ଯାଇ ନିଜେ ଆତ୍ମ ବଳିଦାନ ଦେଇଥିଲେ । ତେଣୁ ଏହି ଦିବସକୁ ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ରୂପେ ପାଳନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ୧୪୦୦ ରୁ ୧୮୦୦ ଶତାଦ୍ଦୀ ପର୍ଯ୍ୟନ୍ତ ସମଗ୍ର ଭାରତର ବିଭିନ୍ନ ପ୍ରାନ୍ତରେ ଗୋଁଡ ସଂପ୍ରଦାୟର ରାଜସ୍ୱ ବିସ୍ତାର ଲାଭ କରିଥିଲା ବୋଲି କହିଥିଲେ । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦୋଳଗୋବିନ୍ଦ ନାୟକ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବଳିଦାନ ଦିବସ ଓ ରାଣୀ ଦୁର୍ଗାବତୀଙ୍କ ବୀରତ୍ୱର କାହାଣୀ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହ ଗୋଁଡ ସଂପ୍ରଦାୟର ଲୁପ୍ତ ପ୍ରାୟ କଳା ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସମାଜସେବୀ କିରଣବାଳା ନାୟକ ଯୋଗଦେଇ ନିଜ ବକ୍ତବ୍ୟରେ ରାଣୀ ଦୁର୍ଗାବତୀଙ୍କ ଅସୀମ ବୀରତ୍ୱ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଗୋଁଡ ସମାଜର ଉପସଭାପତି ଯୁଧିଷ୍ଠିର ସିଂହ ଯୋଗଦେଇ ଲୁପ୍ତ ପ୍ରାୟ ଗୋଁଡ ପାରମ୍ପାରିକ ସାମରିକ କଳା ସଂସ୍କୃତିକୁ ଉଜ୍ଜିବୀତ ରଖିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି କହିଥିଲେ । କେନ୍ଦୁଝର ଗୋଁଡ ସାଂସ୍କୃତିକ ସମାଜ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଲବଙ୍ଗଲତା ନାୟକ,ଅପୂର୍ବ ନାୟକ,ଗୌରୀ ସିଂହ,କିରଣବାଳା ନାୟକ,ଖଇର ନାୟକ,ଯଶୋଦା ନାୟକ,ଜନାର୍ଦ୍ଦନ ନାୟକ,ଅର୍ଜୁନ ନାୟକ,କୁନ୍ଦନ କୁମାର ସିଂ,ନିର୍ମଳ ଚନ୍ଦ୍ର ନାୟକଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବାଲିପୋଖରୀ ପଲ୍ଲୀ କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ଗୋଁଡ ପାରମ୍ପାରିକ ଖଣ୍ଡା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ସଂଗଠନର ସାଧାରଣ ସଂପାଦକ ହରେକୃଷ୍ଣ ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ଚକ୍ରଧର ନାୟକ,ଗୋବିନ୍ଦ ଚନ୍ଦ୍ର ନାୟକ,ଦିଗାମ୍ବର ଦଣ୍ଡପାଟ,ଦୟାନିଧି ଖଣ୍ଡା,ଫକୀର ଚରଣ ଖଣ୍ଡା,ଅନାଦି ଚରଣ ନାୟକ,ଦୈତାରୀ ସିଂହ,ଗଦାଧର ନାୟକ,ରମେଶ ଚନ୍ଦ୍ର ନାୟକ,ଜୟନ୍ତୀ ସିଂହ,କମଳାକାନ୍ତ ନାୟକ,ନଟବର ନାୟକ,ଦୈତାରୀ ନାୟକ,ବାସୁଦେବ ନାୟକ,କୈଳାସ ଚନ୍ଦ୍ର ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଉପଦେଷ୍ଟା ଦୋଳଗୋବିନ୍ଦ ନାୟକ,ଭାଗିରଥି ନାୟକ ଓ ମନମୋହନ ମଞ୍ଚ।ସିନ ଥିଲେ ।

Exit mobile version