Site icon ଆଜିକାଲି

ସମ୍ବଲପୁରରେ ଓକିଲ ସଂଘର ସତ୍ୟାଗ୍ରହ ବେଳେ ପୁଲିସ ଆନ୍ଦୋଳନକାରୀ ଧସ୍ତାଧସ୍ତି

ସମ୍ବଲପୁର: ଆଜି ଜାତୀୟ ଓ ରାଜ୍ଯ ଆଇନଜୀବୀ ପରିଷଦର ମନୋମୁଖୀ ତଥା ଓକିଲ ଦମନ ନୀତି ବିରୋଧରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସତ୍ଯାଗ୍ରହକୁ ଓହ୍ଲାଇଥିଲା। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଦାବିରେ ଆନ୍ଦୋଳନକୁ ଶାଣିତ କରିବାକୁ ସଂଘର ଏହି ଆହ୍ଵାନରେ ସମ୍ବଲପୁରର ଶତାଧିକ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସାମିଲ ହୋଇଥିଲେ।

କୋର୍ଟ କଚେରୀ ବର୍ଜନ କରି ଓକିଲ ସଂଘ ସହ ନାଗରିକ ମାନେ ଧାରଣାରେ ବସିଛନ୍ତି। ଏହି ସମୟରେ କୋର୍ଟ କାର୍ଯ୍ୟ ବନ୍ଦ କରିବାକୁ ଯିବା ବେଳେ ପୁଲିସ ସହ ଆନ୍ଦୋଳନକାରୀଙ୍କ ମଧ୍ଯରେ ଧସ୍ତାଧସ୍ତି ହୋଇଛି।କୋର୍ଟ ପରିସରକୁ ପଶି ଯାଇଥିବା ବିଚାରପତିଙ୍କୁ ବାହାର କରିବା ଘଟଣାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଶତାଧିକ କିନ୍ନର ସାମିଲ ହୋଇ ବିଚାରପତିଙ୍କ ଚ୍ୟାମ୍ବରକୁ ଧସେଇ ପଶିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆଇନଶୃଙ୍ଖଳା ସ୍ଥିତିକୁ ଆଖି ଆଗରେ ରଖି ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୮ ଜଣ ଆଇଆଇସି, ୨୨ ଏସଆଇ, ଏଏସଆଇ, ୧୧ ପ୍ଲାଟୁନ ପୁଲିସ ଓ ୨ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସକୁ ମୁତୟନ କରାଯାଇଛି।

Exit mobile version