Site icon ଆଜିକାଲି

କଲେଜ ଓ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଇ-ଲେକଚର୍ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର – ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ । ଆଜିଠୁ ଆରମ୍ଭ ହୋଇଛି ‘ଇ-ଲେକଚର’ ବ୍ୟବସ୍ଥା। ଏହି ବ୍ୟବସ୍ଥାରେ କଲେଜ ଓ ବିଶ୍ୱବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ କରାଯାଇଛି। ଏହାକୂ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ‘ଇ-ଲେକଚର’ର ସୁବିଧା ନେବାକୁ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଛି ।

ଇ-ଲେକଚର ପାଇଁ vtputkal.odisha.gov.in ରେ କ୍ଲିକ୍ କରିବାକୁ ପଡ଼ିବ । ଏଥିରେ ୪ଟି ସେମିଷ୍ଟାର କୋର୍ସ ପଢି ପାରିବେ ଛାତ୍ରଛାତ୍ରୀ। ୧୧ଟି କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ ହୋଇଛି। ଫିଜିକ୍ସ, କେମେଷ୍ଟ୍ରି, ବଟନି, ଜୁଲୋଜି, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ ସାଇକୋଲୋଜି, ବାଣିଜ୍ୟ ଓ ଅର୍ଥନୀତି ପରି ପାଠ୍ୟକ୍ରମ ୱେବସାଇଟରେ ଅପଲୋଡ ହୋଇଛି।

Exit mobile version