Site icon ଆଜିକାଲି

ମହାରାଷ୍ଟ୍ର ସମେତ ଜମ୍ମୁ କଶ୍ମୀରରେ ଭୂମିକମ୍ପ ଝଟ୍‌କା

ମୁମ୍ବାଇ : ଭୂମିକମ୍ପରେ ଥରିଲା ମହାରାଷ୍ଟ୍ରର କୋହ୍ଲାପୁର । ବୁଧବାର ମଧ୍ୟରାତ୍ରିରେ କୋହ୍ଲାପୁରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୧୨ଟା ୪ ମିନିଟ୍ ସମୟରେ ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି । ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୫ କିମି ତଳେ ଚିହ୍ନଟ ହୋଇଛି । ଏହାର କେନ୍ଦ୍ରସ୍ଥଳ କୋହ୍ଲାପୁରରୁ ୧୭୧ କିମି ଦୂର ପୂର୍ବରେ ଅବସ୍ଥିତ । ତେବେ ଭୂକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା ଘରଦ୍ବାର ନଷ୍ଟ ହୋଇଥିବାର ସୂଚନା ନାହିଁ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଅନ୍ୟପଟେ ବୁଧବାର ରାତିରେ ଜମ୍ମୁ-କଶ୍ମୀର କତାରରେ ମଧ୍ୟ ଭୂମିକମ୍ପ କମ୍ପନ ଅନୁଭୂତ ହୋଇଛି । କିଛି ସମୟ ବ୍ୟବଧାନରେ ଏଠାରେ ଦୁଇ ଦୁଇଥର ଭୂମିକମ୍ପ ଆସିଛି । ପ୍ରଥମେ ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ କତାରରେ ଭୂକମ୍ପ ସଂଘଠିତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ର ୪.୧ ରେକର୍ଡ କରାଯାଇଥିଲା । ଏହାର ଗଭୀରତା ମାଟିରୁ ୫ କିମି ତଳେ ରହିଛି । କତାର ୬୨ କିଲୋମିଟର ପୂର୍ବ-ଉତ୍ତର-ପୂର୍ବରେ ହୋଇଥିବା ଏହି ଭୂକମ୍ପ ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ ।

Exit mobile version