Site icon ଆଜିକାଲି

ପୁରୀରୁ ୨ ଯୋଡା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ପୂର୍ବ ତଟ ରେଳବାଇ

ଭୁବନେଶ୍ୱର : ରେଳ ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ପୁରୀରୁ ୨ ଯୋଡା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ପୂର୍ବ ତଟ ରେଳବାଇ ନିଷ୍ପତି ନେଇଛି ।

ଅକ୍ଟୋବର ମାସ ପହିଲା ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୦୩୧୦୧ ସିଆଲଦା-ପୁରୀ ସ୍ପେଶାଲ ଏକ୍ସପ୍ରେସ ସିଆଲଦାରୁ ପ୍ରତ୍ୟକ ଶନିବାର ରାତ୍ରି ୧୧ଘ.୫୦ମି.ରେ ପୁରୀ କୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ପୁରୀରୁ ୦୩୧୦୨ ପୁରୀ-ସିଆଲଦା ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୩ଘ.୫୦ମି.ରେ ଛାଡି ସିଆଲଦା ଯାତ୍ରା କରିବ । ସେହିପରି ୦୩୨୩୦ ପାଟନା-ପୁରୀ ବିଶେଷ ଟ୍ରେନ ୨୭ ଅକ୍ଟୋବର ରୁ ୧୦ ନଭେମ୍ବର ମଧ୍ୟରେ ପାଟନା ଠାରୁ ପ୍ରତି ଗୁରୁବାର ପୂର୍ବାହ୍ନ ୮ ଘ.୪୫ ମି.ରେ ଛାଡି ପୁରୀ ଯାତ୍ରା କରିବ । ଫେରିବା ମାର୍ଗରେ ୦୩୨୨୯ ପୁରୀ-ପାଟନା ବିଶେଷ ଟ୍ରେନ ୨୮ ଅକ୍ଟୋବରରୁ ୧୧ ନଭେମ୍ବର ମଧ୍ୟରେ ପୁରୀ ଠାରୁ ପ୍ରତି ଶୁକ୍ରବାର ଅପରାହ୍ନ ୨ ଘ.୫୫ ମି.ରେ ଛାଡି ପାଟନା ଯାତ୍ରା କରିବ ।

ଏହା ବ୍ୟତୀତ ୨ ଟି ଟ୍ରେନ୍ ର ସେବା ବୃଦ୍ଧି କରାଯାଇଛି । ଭୁବନେଶ୍ୱର ଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ସନ୍ଧ୍ୟା ୮ ଘ. ୨୫ ମି.ରେ ଛାଡୁଥିବା ୦୨୮୩୨ ଭୁବନେଶ୍ୱର-ଧାନବାଦ୍ ସ୍ପେଶାଲ ଏକ୍ସପ୍ରେସ ୩୦ ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ଧାନବାଦ୍ ଠାରୁ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ସୋମବାର ଦିନ ଅପରାହ୍ନ ୪ ଘଟିକାରେ ଛାଡୁଥିବା ୦୨୮୩୧ ଧାନବାଦ୍‌-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ୩୧ ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

ପୁରୀରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୨ଘ. ୫୫ ମି.ରେ ଛାଡୁଥିବା ୦୮୪୩୯ ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ ୨୬ନଭେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ପାଟନା ଠାରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧ଘ. ୩୦ମି.ରେ ଛାଡୁଥିବା ୦୮୪୪୦ ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ ୨୭ ନଭେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

Exit mobile version