Site icon ଆଜିକାଲି

୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଆଜି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ବେଳକୁ ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରମରେ ବିଧାନସଭା ନିର୍ବାଚନ ନେଇ ଆଜି ତାରିଖ ଘୋଷଣା ହେବ । ଦିନ ୧୨ଟାରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ । ନଭେମ୍ବର ୧୫ ତାରିଖରୁ ଡିସେମ୍ବର ୭ ମଧ୍ୟରେ ଭୋଟ୍‌ ଗ୍ରହଣ ହୋଇପାରେ । ତେବେ ୫ଟି ରାଜ୍ୟରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ମତଦାନ ହେବ ।

ଗତ ଥର ଭଳି ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ସମ୍ଭାବନା ରହିଛି । ସେହିପରି ଛତିଶଗଡ଼ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ । ହେଲେ ୫ଟି ରାଜ୍ୟରେ ମତଦାନର ତାରିଖ ଭିନ୍ନ ହେବ ନେଇ ସୂତ୍ରରୁ ପ୍ରକାଶ ପାଇଛି । ତେବେ ଭୋଟ୍ ଗଣତି ଏକସଙ୍ଗରେ ଡିସେମ୍ବର ୧୦-୧୫ ତାରିଖ ମଧ୍ୟରେ ହେବାର ସମ୍ଭାବନା ରହିଛି । ଯେଉଁ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା । ସେଥିମଧ୍ୟରୁ ୩ଟି ରାଜ୍ୟ ତଥା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲଙ୍ଗାନାରେ ମହିଳା ଭୋଟରମାନଙ୍କର ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ।

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନା କହିବାକୁ ଗଲେ ଚଳିତ ବର୍ଷା ଶେଷ ଭାଗରେ ଭୋଟିଂ ହେବ । ଏମ୍‌ପିର ସମସ୍ତ ୨୩୦ ଆସନରେ ମତଦାନ ହେବ । ନଭେମ୍ବର ୨୦୨୩ରେ ପୂର୍ବରୁ ନିର୍ବାଚନ ହେବାର ସମ୍ଭାବନା ରହିଛି । ତେବେ ମଧ୍ୟପ୍ରଦେଶରେ ବିଧାନସଭା କାର୍ଯ୍ୟକାଳ ୨୦୨୪ ଜାନୁଆରୀ ୬ ତାରିଖରେ ସମାପ୍ତ ହେବ। ସେହିପରି ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଚଳିତବର୍ଷ ଡିସେମ୍ବର ୧୭ ତାରିଖରେ ଶେଷ ହେବ ।

Exit mobile version