Site icon ଆଜିକାଲି

ପେଟିଏମ୍, ରେଜରପେ ସହ ବହୁ କମ୍ପାନୀର ୪୬ କୋଟି ଫ୍ରିଜ୍ କଲା ଇଡି


ନୂଆଦିଲ୍ଲୀ: ଚାଇନିଜ୍ ଲୋନ୍ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ପେଟିଏମ୍, ଇଜବଜ୍, ରେଜରପେ ଏବଂ କ୍ୟାଶଫ୍ରିର ଭର୍ଚୁଆଲ୍ ଆକାଉଣ୍ଟରେ ରଖାଯାଇଥିବା ୪୬.୬୮ କୋଟି ଟଙ୍କା ଫ୍ରିଜ୍ କରିଛି ଇଡି | କିଛି ଦିନ ତଳେ ଚାଇନାର ଲୋନ୍ ଆପ୍ ମାମଲାରେ ଇଡି ଏହି କମ୍ପାନୀଗୁଡିକର କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲା।

ସେପ୍ଟେମ୍ବର ୧୪ରେ ଇଡି ଦିଲ୍ଲୀ, ଗାଜିଆବାଦ, ଲକ୍ଷ୍ନୌ, ମୁମ୍ବାଇ, ବିହାରର ଗୟା ସମେତ ୬ଟି ସ୍ଥାନରେ ରେଡ୍ କରିଥିଲା। ଏହା ବ୍ୟତୀତ ଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ପୁଣେ, ଚେନ୍ନାଇ, ହାଇଦ୍ରାବାଦ, ଜୟପୁର, ଯୋଧପୁର ଏବଂ ବାଙ୍ଗାଲୋରରେ ପେମେଣ୍ଟ କମ୍ପାନୀ ପେଟିଏମ୍, ଇଜବଜ୍, ରେଜରପେ ଏବଂ କ୍ୟାଶଫ୍ରିର ୧୬ଟି ସ୍ଥାନ ଉପରେ ମଧ୍ୟ ଇଡି ଚଢ଼ାଉ ହୋଇଥିଲା। ।

ଯାଞ୍ଚ୍ ବେଳେ ଏହି କମ୍ପାନୀଗୁଡିକର ଭର୍ଚୁଆଲ୍ ଆକାଉଣ୍ଟରେ ବିପୁଳ ପରିମାଣର ଅର୍ଥ ରଖିଥିବା ଜଣାପଡ଼ିଥିଲା | ଇଜବଜ୍ ପ୍ରାଇଭେଟ୍ ଲିମିଟେଡ (ପୁଣେ)ର ଆକାଉଣ୍ଟରେ ୩୩.୩୬ କୋଟି, ରେଜରପେ ସଫ୍ଟୱେୟାର ପିଭି ଲିମିଟେଡର ଆକାଉଣ୍ଟରେ ୮.୨୧ କୋଟି, କ୍ୟାଶଫ୍ରି ପେମେଣ୍ଟସ ଇଣ୍ଡିଆ ପିଭି ଲିମିଟେଡ ଆକାଉଣ୍ଟରେ ୧.୨୮ କୋଟି ଏବଂ ପେଟିଏମ ଆକାଉଣ୍ଟରେ ୧.୧୧ କୋଟି ଟଙ୍କା ମିଳିଛି।

ଇଡି ଏକ ବିବୃତ୍ତିରେ କହିଛି, ଏହି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଏବଂ ଭର୍ଚୁଆଲ ଆକାଉଣ୍ଟରେ ମୋଟ ୪୬.୬୭ କୋଟି ଟଙ୍କା ମିଳିଛି ଏବଂ ଏହା ଫ୍ରିଜ୍ କରାଯାଇଛି। ଗତ ବର୍ଷ ନାଗାଲାଣ୍ଡ ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲା ସଂପର୍କରେ ଇଡି ମନି ଲଣ୍ଡରିଂ ଦିଗର ଯାଞ୍ଚ କରୁଛି।

Exit mobile version