Site icon ଆଜିକାଲି

ଆଜି ଝାରପଡ଼ା ଜେଲ୍‌ରେ ଖଗେଶ୍ୱରଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର : ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ତାଙ୍କ ବିଜନେସ୍ ପାର୍ଟନର ଖଗେଶ୍ବର ପାତ୍ରଙ୍କୁ ଜେଲରେ ଜେରା କରିବ ଇଡି। ଟଙ୍କା ନେଣଗେଣ ଏବଂ ବେଆଇନ ଆର୍ଥିକ କାରବାର ନେଇ ଖୋଳତାଡ଼ କରୁଛି ଇଡି ।

ସୂଚନା ଯେ, ମଙ୍ଗଳବାର ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲରେ ଇଡିର ୪ ଜଣିଆ ଟିମ୍ ଅର୍ଚ୍ଚନାଙ୍କୁ ୮ ଘଣ୍ଟା ମାରାଥନ୍ ଜେରା କରିଥିଲା। କୋର୍ଟଙ୍କ ଅନୁମତି ପରେ ଅର୍ଚ୍ଚନାଙ୍କୁ ପଚରା ଉଚରା ପାଇଁ ଜେଲ୍ ପକ୍ଷରୁ ଏକ ସ୍ପେଶାଲ ରୁମର ବ୍ୟବସ୍ଥା କରାଯାଇଥିଲା। ମାତ୍ର ୫ ବର୍ଷ ଭିତରେ କୋଟି କୋଟି ଟଙ୍କାର ସମ୍ପତ୍ତି କେମିତି କମାଇଲେ ଅର୍ଚ୍ଚନା ନାଗ ଇଡି ସାମ୍ନାରେ ତାର ହିସାବ ଦେଇପାରୁ ନାହାନ୍ତି ଅର୍ଚ୍ଚନା। ସେହିଭଳି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଓ ବିଜନେସ ପାର୍ଟନର ଖଗେଶ୍ବର ମଧ୍ୟ ନିଜ ସମ୍ପତ୍ତିର ହିସାବ ଦେଇ ପାରୁନାହାନ୍ତି। ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁ ଓ ଖଗେଶ୍ବରଙ୍କ ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି ହୋଇପାରେ। ଏଥିପାଇଁ ୩ ଜଣଙ୍କୁ ନୋଟିସ୍ ହୋଇଛି। ଗୁରୁବାର ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ବର ପାତ୍ରଙ୍କୁ ଜେଲରେ ଜେରା କରାଯିବ।

Exit mobile version