Site icon ଆଜିକାଲି

ଆଜିଠୁ ଅର୍ଚ୍ଚନାଙ୍କୁ ରିମାଣ୍ଡକୁ ନେଇ ଜେରା କରିବ ଇଡି 

ଭୁବନେଶ୍ୱର : ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ ଖୋର୍ଦ୍ଧା ଜିଲା ଦୌରାଜଜ୍ କୋର୍ଟ। ରିମାଣ୍ଡ ସରିଲା ପରେ ପୁଣି ଡିସେମ୍ବର ୧୩ରେ ହାଜର କରିବାକୁ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅର୍ଚ୍ଚନାକୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେଲେ କୋର୍ଟ କେବଳ ୭ ଦିନ ପାଇଁ ଅନୁମତି ଦେଇଥିଲେ। ଝାରପଡ଼ା ଜେଲ୍‌ରୁ ହାଜର ପାଇଁ ଗତ ସୋମବାର ଖୋର୍ଦ୍ଧା ଜିଲା ଦୌରାଜଜଙ୍କ କୋର୍ଟକୁ ଅର୍ଚ୍ଚନାଙ୍କୁ ଅଣାଯାଇଥିଲା । ଇଡ଼ିର ପ୍ରଡ଼କ୍ସନ ପିଟିସନ୍ ଫାଇଲ୍ ଆଧାରରେ କୋର୍ଟରେ ଅର୍ଚ୍ଚନାକୁ ହାଜର କରାଯାଇଥିଲା ।

Exit mobile version