Site icon ଆଜିକାଲି

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ ପଠାଇଲା ଗଣଶିକ୍ଷା ବିଭାଗ

ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଜିଲ୍ଲାକୁ ପାଠ୍ୟ ପୁସ୍ତକ ପଠାଇଲା ଗଣଶିକ୍ଷା ବିଭାଗ । ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରସ୍ତୁତ ପାଠ୍ୟ ଖସଡା ଅନୁଯାୟୀ ଜାତୀୟକରଣ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ, ଭୁବନେଶ୍ବର ନିର୍ଦ୍ଦେଶାଳୟ ତରଫରୁ ପଠାଯାଇଛି । ରାଜ୍ୟର ସମସ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ପଠାଯାଇଛି ।

ପ୍ରଥମ ଦିନରେ ରାଜ୍ୟର ୫ଟି ସ୍ଥାନ ପୁରୀ, କେଉଁଝର, ଭଦ୍ରକ, କେନ୍ଦ୍ରପଡା ଓ ଯାଜପୁର ଜିଲ୍ଲାଗୁଡିକୁ ପ୍ରତ୍ୟେକ ଲେଖାଏଁ ୨୮ ହଜାର ଖଣ୍ଡ ପାଠ୍ୟପୁସ୍ତକ ବିତରଣ ପାଇଁ ବହି ପଠାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ମୋଟ୍ ୩୧୪ ବ୍ଲକର ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କରାଯି । ଏହାସହିତ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ବର୍ଷ ଜାତୀୟକରଣ ପାଠ୍ୟପୁସ୍ତକ ମାଗଣାରେ ବିତରଣ କରାଯିବାର ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି। ଚଳିତ ବର୍ଷ ମୋଟ ୨.୫ କୋଟି ପାଠ୍ୟପୁସ୍ତକ, ୫ କୋଟି କାର୍ଯ୍ୟପୁସ୍ତିକା ମାର୍ଚ ଶେଷ ସପ୍ତାହ ସୁଦ୍ଧା ବିତରଣ କରାଯିବାର ଅଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି।

Exit mobile version