Site icon ଆଜିକାଲି

କେନ୍ଦୁଝର ଜିଲ୍ଲାରେ ପାଳନହେଲା ଇଦ୍ ପର୍ବ

କେନ୍ଦୁଝର, (ନିପ୍ର) ଆଜି କେନ୍ଦୁଝର ଜିଲ୍ଲାର ସମସ୍ତ ଅଞ୍ଚଳ ରେ ଖୁସି ଓ ଉଲ୍ଲାସ ର ସହିତ ପବିତ୍ର ଇଦ୍ ଉଲ୍ ଫିତର ପାଳିତ ହୋଇଯାଇଛି । ରମଜାନ ମାସର ଶେଷରେ ଚାନ୍ଦ ଦେଖିବା ପରେ ଆଜି ପ୍ରତ୍ୟୁଷ ରୁ ଶୁଦ୍ଧ ପୁତ୍ ହୋଇ ନୂତନ ବସ୍ତ୍ର ପରିଧାନ କରି ଆଲ୍ଲା ଙ୍କ ନିକଟରେ ବିଶ୍ଵଶାନ୍ତି ଓ ବିଶ୍ଵକଲ୍ୟଣ ପାଇଁ ଏକତ୍ରିତ ହୋଇ ନମାଜ ପାଠ କରି ଦୁଆ କରିଥଲେ । ଏହାପରେ ପରସ୍ପର କୁ କୋଳାଗ୍ରତ କରି ଇଦ୍ ମୁବାରକ ଜଣାଇ ସିମେଇ, ଲଛା, ମିଠା ଖାଇ ଖୁସି ପ୍ରକାଶ କରୁଥିଲେ । ଏକ ସୁନ୍ଦର ସୁସ୍ଥ ବାତାବରଣ ରେ ଶୃଙ୍ଖଳା ଓ ଭାଇଚାରା ରେ ଇଦ୍ ପାଳନ କରିବା ସହିତ ଘର ଘର ଯାଇ ମିଷ୍ଟାନ୍ନ ବଣ୍ଟନ କରିଥଲେ ମୁସଲମାନ ଭାଇ ଭଉଣୀମାନେ । କେନ୍ଦୁଝର ପୁରୁଣା ସହର ଜୁମ୍ମା ମସଜିଦ ରେ ମୌଲାନା ଈର୍ଷାଦ ଆଲମ୍ ଫୈଜି, ମାଗୁର୍ଗଡିଆ ମସଜିଦ ଏ ଉମର ରେ ମୌଲାନା ମୋତି ଉଦ୍ଦିନ, ବୁଲାଦ୍ୱାର ସାହି ମସଜିଦ ଏ ବେଲାଲ ରେ ମୌଲାନା ତାହିର୍ ହୁସେନ,କେନ୍ଦୁଝର ଜିଲ୍ଲା କାରାଗାର ରେ ମୌଲାନା ହାଫିଜ୍ ଉଜେର, ଝୁମ୍ପୁରା ଯୁମ୍ମାମସଜିଦ ରେ ମୌଲାନା ନାୟମତୁଲ୍ଲାଉମରି, ଲାଲ ମସଜିଦ ରେ ମୌଲାନା କମାର ହପିଜ୍, ଥାନା ମୋହଲ୍ଲା ମସଜିଦ ରେ ମୌଲାନା ମହମ୍ମଦ କୌସିସ, ଇସଲାମ ପୁର ମସଜିଦ ରେ ମୌଲାନା ଇର୍ଫାନ, ସହିଦ ନଗର ମସଜିଦ ରେ ହାଫିଜ୍ ଜୁଲ୍ଫିକର, ଘଟଗାଁ କୁସୁନପୁର ମସଜିଦ ରେ ମୌଲାନା ମହମ୍ମଦ ମୁବାରକ, ଯୋଡ଼ା ମଦିନା ମସଜିଦ ରେ ମୁଫ୍ତି ଜୁନେଦ ସାହେବ୍, ମସଜିଦ କମର ରେ ମୌଲାନା ଗନି ହାଫିଜ୍, ବଡବିଲ ଯୁମ୍ମା ମସଜିଦ ରେ ମୌଲାନା ସାୟେଦ ଇମାମୁଦ୍ଦିନ ହସମୀ, ସିରାଯୁଦିନ ଛକ ଜାମା ମସଜିଦ ରେ ମୌଲାନା ଖଲିକୁର ରହମାନ, ଚମ୍ପୁଆ ଅହଲେ ହଦିସ ମସଜିଦ ରେ ମୌଲାନା ଗୌହର, ଉସ୍ମାନ ଗନୀ ମସଜିଦ ରେ ମୌଲାନା ଖାଲିକ ଶୈଫୁଲ୍ଲା ନମାଜ ପାଠ କରାଇବା ସହିତ ଆଲ୍ଲା ଙ୍କ ପବିତ୍ର ବାଣୀ ସମ୍ପର୍କ ରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ । ବହୁ ଯୁବ ମୁସଲିମ ସ୍ବେଚ୍ଛାସେବୀ ଗଣ ଶୃଙ୍ଖଳିତ ଭାବେ ନମାଜ ପାଠ କରାଇବା ସହାୟତା କରିଥଲେ । ଜିଲ୍ଲାର ବରିଷ୍ଠ ସମାଜସେବୀ ଶ୍ରୀ ଏ ଆର ଖାନ୍ ସମସ୍ତ ମୁସଲିମ ଭାଇଭଉଣୀ ଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Exit mobile version