Site icon ଆଜିକାଲି

ଏକନାଥ ସିନ୍ଦେ ହେଲେ ଶିବସେନା ମୁଖ୍ୟ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ସିଦ୍ଧେଶ ରାମଦାସ କଦମଙ୍କୁ ସମ୍ପାଦକ କରାଯାଇଛି । ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ଦଳର‌ ପ୍ରଥମ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଦଳ ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନ ପାଇବା ପରେ ଦଳର ଜାତୀୟ କାର୍ଯ୍ୟକାରିଣୀର ଏହା ପ୍ରଥମ ବୈଠକ ଥିଲା। ଏଥିରେ ଦଳର ବିଧାୟକ, ସାଂସଦ ଏବଂ ଅନ୍ୟ ନେତାମାନେ ଯୋଗ ଦେଇଥିଲେ । ଏହି ବୈଠକ ପରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତ ଏହି ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

ସାମନ୍ତ ଗଣମାଧ୍ୟମକୁ କହିଛନ୍ତି, “ଆଜି ଆମେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏକ ବୈଠକ କରିଥିଲୁ। ଏକନାଥ ସିନ୍ଦେ ଆମର ଶିବସେନା ଦଳର ମୁଖ୍ୟ ହେବେ। ଆମେ ତାଙ୍କୁ ଶିବସେନାର ନେତା ଭାବରେ ଗ୍ରହଣ କରୁଛୁ।”

ଏହାଛଡ଼ା ଏହି ବୈଠକରେ ଏକ ଶୃଙ୍ଖଳା କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତନ ଦଳର ମୁଖ୍ୟ ଉଦ୍ଧବ ଠାକରେ ଏବଂ ତାଙ୍କର ୧୬ ଜଣ ସମର୍ଥକ ବିଧାୟକଙ୍କ ନାମ ନ ନେଇ ଉଦୟ ସାମନ୍ତ କହିଛନ୍ତି ଯେ ଶୃଙ୍ଖଳା କମିଟି ନିଶ୍ଚିତ କରିବ ଯେ ଦଳର ପ୍ରକ୍ରିୟା କୌଣସି ଅସୁବିଧା ବିନା ଜାରି ରହିବ ଏବଂ ପାର୍ଟି ଲାଇନ ବିରୁଦ୍ଧରେ ଯାଉଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Exit mobile version