Site icon ଆଜିକାଲି

ରଘୁନାଥପାଲ୍ଲୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର : ବିଜେପିକୁ ଜୋରଦାର ଟାର୍ଗେଟ

ଭୁବନେଶ୍ୱର – ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲ୍ଲୀରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି । ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ୨୦୧୪ ଓ ୨୦୧୯ରେ ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଲା । ତେଲ ଦର କମେଇବା ପାଇଁ କହିଥିଲା ? ତେଲଦର କମୁଛି କି ? ଏଲ୍‍.ପି.ଜି. ଦର କମୁଛି କି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ । ବିଜେପି ସରକାରର କଥା ସହିତ ଦରଦାମ ବି ବଢ଼ି ଚାଲିଛି ବୋଲି ସେ କହିଥିଲେ।

ସେ କହିଛନ୍ତି ଯେ, ବହୁତ ବଡ଼ ବଡ଼ ନେତା ବର୍ତ୍ତମାନ ଓଡ଼ିଶାକୁ ଆସୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରଚାର କରିବା ପାଇଁ । କିନ୍ତୁ ନବୀନ ବାବୁଙ୍କ ଶକ୍ତି ହେଉଛନ୍ତି ସାଢ଼େ ୪ କୋଟି ଓଡ଼ିଶାବାସୀ । ଓଡ଼ିଶାରେ ଟୁରିଷ୍ଟମାନଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

ସେ କହିଥିଲେ ଯେ, ଜୁଲାଇରୁ ଓଡ଼ିଶାରେ ଲୋକଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ । ନବୀନ ବାବୁ ମାଗଣା ବିଜୁଳି ଦେଉଛନ୍ତି ବୋଲି ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗିଗଲାଣି, । ସେମାନେ କହୁଛନ୍ତି ଆମେ ସୋଲାର ପାନେଲ ଦେବୁ ।
ଆପଣଙ୍କ ଆଶୀର୍ବାଦରେ ନବୀନ ଇଞ୍ଜନ ଜୋରରେ ଚାଲିଛି ଓ ଚାଲିବ ବୋଲି ପାଣ୍ଡିଆନ କହିଛନ୍ତି।

ଜୁନ ୯ ତାରିଖ ସାଢେ ୧୧ ରୁ ୧ଟା ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସନ୍ଧ୍ୟାବେଳେ ନିର୍ବାଚନ ଇସ୍ତାହାର ମନ୍ତ୍ରିମଣ୍ଡଳରେ ପାସ୍‍ ହେବ । ବିରୋଧୀ ବଡ଼ ବଡ଼ କଥା କହି ବୁଲୁଛନ୍ତି । ହେଲେ ତେଲ ଦର ବୃଦ୍ଧି ହେବ ନାହିଁ ଓ ଦରଦାମ୍‍ ବଢ଼ିବ ନାହି କି ବୋଲି ଗ୍ୟାରେଣ୍ଟି ଦେବେ କି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ। କେନ୍ଦ୍ରମନ୍ତ୍ରୀଙ୍କୁ ମୁଁ କହୁଛି ସବୁ ଯାଗାରେ ପରିବର୍ତ୍ତନର ହାୱା ବହୁଛି ବୋଲି କହୁଛନ୍ତି । କିନ୍ତୁ ଓଡ଼ିଶାରେ ସବୁଯାଗାରେ ନବୀନ ହାୱା ଚାଲିଛି ।

ସେ ଗୋଟେ ଛୋଟ ଲେବୁଲର କର୍ମଚାରୀ ହୋଇ ତିନି ଚତୁର୍ଥାଂଶ ମେଜରିଟିରେ ନବୀନ ପଟ୍ଟନାୟକ ଜିତି ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିପାରୁଛି । କେନ୍ଦ୍ରମନ୍ତ୍ରୀ କହିବେ କି ଯଦି ଆପଣଙ୍କ ଦଳ ନ ଆସେ ଆପଣ ରାଜନୀତି ଛାଡ଼ି ଦେବେ କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ଆପଣଙ୍କ ଦଳ ସରକାର ଗଠନ କରିବେ ବୋଲି ଆପଣଙ୍କ ବିଶ୍ୱାସ ନାହିଁକି ଆପଣଙ୍କ କର୍ମୀମାନଙ୍କ ବିଶ୍ୱାସ ନାହିଁ । । ବଡ଼ ବଡ଼ ନେତାମାନେ ଆସି ବିରୋଧୀ ଦଳର ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ବୃଥା ଚେଷ୍ଟା କରୁଛନ୍ତି । ଓଡ଼ିଶାର କୃଷକ, ମା, ଛାତ୍ରଛାତ୍ରୀ ସବୁ ବର୍ଗର ଲୋକଙ୍କ ଭଲ ପାଇବା ନବୀନ ବାବୁଙ୍କୁ ଶକ୍ତି ଦେଉଛି । ବିଜୁ ଜନତା ଦଳର କର୍ମୀଙ୍କ ଉଦ୍ୟମ ଓ ନିଷ୍ଠା ଆଗରେ ଦୁନିଆର ସବୁ ଶକ୍ତି ହାର ମାନିବ ବୋଲି ପାଣ୍ଡିଆନ କହିଛନ୍ତି।

Exit mobile version