Site icon ଆଜିକାଲି

ନିର୍ବାଚନ ପ୍ରଚାର: ଆଜି ରାୟଗଡା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର – ରାଜ୍ୟରେ ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରଚାର ଜୋର୍ ଧରିଥିବା ବେଳେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୁଣି ଓଡ଼ିଶା ଆସୁଛନ୍ତି।

ଆଜି ରାୟଗଡାରେ ଦଳ ପାଇଁ ପ୍ରଚାର କରିବେ ରାହୁଲ । ଦିନ ୧୨ଟାରେ ରାହୁଲ ହେଲିକପ୍ଟର ଯୋଗେ ରାୟଗଡାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ସ୍ଥାନୀୟ ଜିଆଇଏସିଆର୍ କଲେଜ ନିକଟସ୍ଥ ପଡିଆରେ କଂଗ୍ରେସର ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏମ୍.ବିକ୍ରମ ଭଟ୍ଟୀ, ପିସିସି ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେବେ ।

ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାହୁଲ ଓଡ଼ିଶା ଆସିବେ । ପୂର୍ବରୁ ସେ ସାଲେପୁର ଆସି କଂଗ୍ରେସର ଏକ ନିର୍ବାଚନୀ ସଭାରେ ଭାଷଣ ଦେଇଥିଲେ।

Exit mobile version