Site icon ଆଜିକାଲି

ସୋର ରେଳ ଷ୍ଟେସନରେ ଜଳିଗଲା ବିଦ୍ୟୁତ ବୋର୍ଡ, ଷ୍ଟେସନ ଅନ୍ଧାର

ସୋର : ବାଲେଶ୍ୱର ଜିଲା ସୋର ରେଳ ଷ୍ଟେସନରେ ଜଳିଗଲା ମୁଖ୍ୟ ବିଦ୍ୟୁତ ବୋର୍ଡ । ରାତି ସାରା ଅନ୍ଧାରରେ ସୋର ଷ୍ଟେସନ । ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।

ରବିବାର ରାତି ପ୍ରାୟ ୧୧ଟା ସମୟରେ ସୋର ରେଳ ଷ୍ଟେସନରେ ଥିବା ମୁଖ୍ୟ ବିଦ୍ୟୁତ ବୋର୍ଡ ଜଳିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ହୁତହୁତୁ ହୋଇ ଜଳିଯାଇଥିଲ ବିଦ୍ୟୁତ ବୋର୍ଡ । ଯାହା ଫଳରେ ରାତି ସାରା ଷ୍ଟେସନ ଅନ୍ଧାରରେ ରହିଥିଲା । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ପ୍ଲାଟଫର୍ମରେ ଲାଗିଥିବା ଲାଇଟ୍ ସବୁ ଲିଭିଯିବା ସହ ପଙ୍ଖା ବନ୍ଦ ହୋଇଯାଇଥିଲା । ଅନ୍ଧାର ରାତିରେ ମଶା ଓ ଗରମ ଯୋଗୁଁ ରେଳ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ଅସାମାଜିକ ଲୋକଙ୍କ ଭୟରେ ଯାତ୍ରୀ ମାନେ ରାତି କାଟିଥିଲେ ।

Exit mobile version