Site icon ଆଜିକାଲି

ଉପଭୋକ୍ତାଙ୍କୁ ଆଶ୍ୱସ୍ତି: ଲଗାତର ଦ୍ୱିତୀୟ ବର୍ଷ ପାଇଁ ବଢ଼ିବନି ବିଜୁଳି ଦର, ବିଲ୍‌ ପୈଠରେ ଡେରି ହେଲେ ଫାଇନ ପଡ଼ିବ ନାହିଁ

ଭୁବନେଶ୍ବର : ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍‌ ଶୁଳ୍କ ବଢ଼ିବ ନାହିଁ। ଲଗାତର ଦ୍ବିତୀୟ ବର୍ଷ ଲାଗି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ -ଓଇଆରସି ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରିନାହିଁ। ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ‌ଶୀତଳ ଭଣ୍ଡାରଗୁଡ଼ିକୁ ୟୁନିଟ୍‌ ପିଛା ୧ ଟଙ୍କା ୬୦ ପଇସା ରିହାତି ଦିଆଯାଇଛି। ଏଥିରେ ଉଭୟ ହାଇ ଟେନ୍‌ସନ୍‌/ଲୋ-ଟେନ୍‌ସନ୍‌ ଉପଭୋକ୍ତା ଉପକୃତ ହେବେ। ଏହାଦ୍ବାରା ରାଜ୍ୟର ପ୍ରାୟ ୫୦ ଲକ୍ଷ ଚାଷୀ ପରିବାର ଉପକୃତ ହୋଇପାରିବେ।

ସେହିପରି ଏଲ୍‌ଟି ଘରୋଇ ଓ ସିଙ୍ଗ୍‌ଲ ଫେଜ୍‌ ଉପଭୋକ୍ତାଙ୍କୁ ଡିଜିଟାଲ ସହ ଯୋଡ଼ିବା ଉପରେ ଓଇଆରସି ଗୁରୁତ୍ବ ଦେଇଛି। ଡିଜିଟାଲ ମାଧ୍ୟମରେ ବିଦ୍ୟୁତ୍‌ ବିଲ୍‌ ପଇଠ କଲେ ଏଣିକି ୨ ପ୍ରତିଶତ ବଦଳରେ ୪ ପ୍ରତିଶତ ରିହାତି ମିଳିବ। ଚଳିତ ମାସରେ ଯଦି ଗ୍ରାହକ ସମସ୍ତ ବିଲ୍‌ ପଇଠ କରିସାରିଛନ୍ତି, ତେବେ ସେମାନେ ବି ଏହି ରିହାତି ପାଇବାକୁ ଯୋଗ୍ୟ ବି‌ବେଚିତ ହେବେ। ‌ଗ୍ରାମାଞ୍ଚଳ ଉପଭୋକ୍ତାମାନଙ୍କୁ ମଧ୍ୟ ସୁବିଧା ପ୍ରଦାନ କରାଯାଇଛି। ଠିକ୍‌ ସମୟରେ ବିଦ୍ୟୁତ୍‌ ବିଲ୍‌ ପଇଠ କଲେ ଗ୍ରାମାଞ୍ଚଳ ଗ୍ରାହକ ୟୁନିଟ୍‌ ପିଛା ଅଧିକ ୧୦ ପଇସା ରିହାତି ପାଇବେ। ବିଦ୍ୟୁତ୍‌ ବିଲ୍‌ ପୈଠରେ ବିଳମ୍ବ ଜନିତ ଜରିମାନା ବ୍ୟବସ୍ଥା ଉଠାଇ ଦିଆଯାଇଛି।

Exit mobile version