Site icon ଆଜିକାଲି

ଶୁଣ୍ଢରେ କଚାଡି ଦେଲା ହାତୀ, ମହିଳା ମୃତ

ରାଉରକେଲା : ସୁନ୍ଦରଗଡ଼ ରାଜଗାଙ୍ଗପୁର ମାଲଡିହି ପଞ୍ଚାୟତ ଦୁଡି ଗାଁ ଟୁଙ୍ଗୁରୀ ଟୋଲିର ଅଘଟଣ। ହାତୀ ଆକ୍ରମଣରେ ମହିଳା ମୃତ । ମୃତକ ଜଣକ ହେଲେ ଯାସମାନି ମିଞ୍ଜ ବୋଲି ଜଣାପଡିଛି ।

ସୂଚନା ଯେ, ରବିବାର ସକାଳ ସମୟରେ ଯାସମାନି ବାରିପଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ପାଖ ଜଙ୍ଗଲରେ ହାତୀଟି ପଶିଆଶିଥିଲା । ଦୁହେଁ ସମ୍ନାସାମ୍ନି ହେବାରୁ ଯାସମାନି ମିଞ୍ଜଙ୍କୁ ଶୁଣ୍ଢରେ କଚାଡି ଫିଙ୍ଗି ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଖବର ଶୁଣି ଘଟଣାସ୍ଥଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

Exit mobile version