Site icon ଆଜିକାଲି

ଫୁଲ ତୋଳୁଥିବା ସମୟରେ ହାତୀ ଆକ୍ରମଣ : ଜଣେ ମୃତ, ଦୁଇ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପାନବରଜ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । କିଛି ଦିନ ବ୍ୟବଧାନ ପରେ ଖୋର୍ଦ୍ଧା ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି।

ସୂଚନା ଯେ, ସୋମବାର ଭୋର ସମୟରେ ଫୁଲ ତୋଳୁଥିବା ସମୟରେ ମହିଳା ଜଣକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାମ କିରଣବାଲା ମାନ୍ଧାତା। ହାତୀ ଆକ୍ରମଣରେ ଆଉ ଜଣେ ମଧ୍ୟ ଆହତ ହୋଇ ଚିକିତ୍ସା ପାଇଁ ମେଡିକାଲ୍ ରେ ଭର୍ତି ହୋଇଛନ୍ତି। ଅନ୍ୟ ଏକ ଘଟଣାରେ ଟାଙ୍ଗିଆପଡାର ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଗୁରୁତର ହୋଇ ଖୋର୍ଦ୍ଧା ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ବନ ବିଭାଗ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇବା ଆରମ୍ଭ କରିଛନ୍ତି।

Exit mobile version