Site icon ଆଜିକାଲି

ଅସୁସ୍ଥ ହାତୀଛୁଆକୁ ଛାଡ଼ି ପଳାଇଲା ମାଆ, ଜାରି ରହିଛି ଚିକିତ୍ସା

କରଞ୍ଜିଆ : ଅସୁସ୍ଥ ହାତୀଛୁଆକୁ ଛାଡ଼ି ପଳାଇଲା ମାଆ । କରଞ୍ଜିଆ ବନଖଣ୍ଡର ଭଅଁରା ହୁଡିସାହି ନିକଟରେ ଅସୁସ୍ଥ ହାତୀ ଛୁଆ ଉଦ୍ଧାର । ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର କରିବା ସହ ଚିକିତ୍ସା ଆରମ୍ଭ କରିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ।

ସୂଚନା ଅନୁସାରେ ଗତକାଲି ୨୨ ଟିକିଆ ହାତୀପୋଲ କେନ୍ଦୁଝର ବନଖଣ୍ଡରୁ କରଞ୍ଜିଆ ବନଖଣ୍ଡର ବଡ଼ଦେଉଳି ଗାଁ ଜଙ୍ଗଲକୁ ପ୍ରଵେଶ କରିଥିବା ବେଳେ ହାତୀ ଛୁଆଟି ଅସୁସ୍ଥ ହେବାରୁ ମାଆ ଛାଡି ପଳାଇଛି । ଜୀବନ ମରଣ ସହିତ ସଂଘର୍ଷ କରୁଛି ୧୫ରୁ ୨୦ ଦିନର ହାତୀ ସାବକ । ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ , ରେଞ୍ଜ ଅଧିକାରୀ ଓ ବନ କର୍ମଚାରୀ । ଗତ ଦୁଇଦିନ ହେବ କରଞ୍ଜିଆ ବନଖଣ୍ଡର ବଡ଼ଦେଉଳି,ଭଅଁରା, ଭଅଁରାପୋଷି, ନୂଆଗାଁ, ଚଉଠିଆ, ସାନଦେଉଳି ଅଞ୍ଚଳରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।

Exit mobile version