Site icon ଆଜିକାଲି

ଟ୍ରେନ ଧକ୍କାରେ ୨ଟି ହାତୀ ମୃତ, ୧ଗୁରୁତର

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ରୁ ହାତୀମୃତ୍ୟ ଘଟଣା ଥମିବାର ନା ନେଉନାହିଁ । ଆନନ୍ଦପୁର ବନଖଣ୍ଡ ଅନ୍ତର୍ଗତ ଦୈତାରି ରେଞ୍ଜରେ ୨ଟି ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ଟୀଙ୍ଗିରିଆପାଳ ଶଗଡପଟା ଷ୍ଟେସନ ମଝିରେ ଟ୍ରେନ ଦୁର୍ଘଟଣାରେ ମାଇ ହାତୀ ମୃତ୍ୟୁ ହୋଇଥିବା ବେଳେ ୧ହାତୀ ଗୁରୁତର ଥିବା ଜଣାପଡିଛି । ଏହା ସହ ଅନେକ ଆହାତ ହୋଇଥିବାର ଜଣାପଡିଛି । ଆଜି ଭୋରୁ ଭୋରୁ ଏକ ଅଠର ଟିକିଆ ହାତୀପଲ‌ ଟ୍ରେନ ଲାଇନ ପାର‌ ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଖବର ପାଇ ବନ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଅଞ୍ଚଳ ହାତୀ ଗନ୍ତବ୍ୟ ସ୍ଥଳ ହୋଇଥିବା ବେଳେ ଟ୍ରେନ ଚଳାଚଳ ନେଇ ଗାଇଡ଼ ଲାଇନ ହୋଇଛି । କିନ୍ତୁ ଟ୍ରେନର ଅତ୍ୟଧିକ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି । ତଦନ୍ତ ପରେ ଟ୍ରେନ ଡ୍ରାଇଭରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରକାଶ କରିଛନ୍ତି ଜଙ୍ଗଲ ବିଭାଗ ଅଧିକାରୀ ।

Exit mobile version