Site icon ଆଜିକାଲି

କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଗଳିତ ମାଇ ହାତୀର ମୃତ୍ୟୁ

କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ। ଆଜି ଆଉ ଏକ ମାଇ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ରଜିଆ ଗାଁ ନିକଟ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ମାଈ ହାତୀର ଗଳିତ ମୃତଦେହ ଠାବ ହୋଇଛି । ମୃତ ହାତୀର ବୟସ ପାଖାପାଖି ୨୦ ବର୍ଷ ଅନୁମାନ ଜଙ୍ଗଲ ବିଭାଗ ଅନୁମାନ କରୁଛି। ଉକ୍ତ ଜଙ୍ଗଲ ମଧ୍ୟରେ ଯାଇଥିବା ୧୧ କେ.ଭି. ବିଦ୍ୟୁତ୍ ଆଘାତ ଲାଗି ମୃତ୍ୟୁ  ହୋଇଥିବା ଜଙ୍ଗଲ ବିଭାଗ ସନ୍ଦେହ କରୁଛି। ଗଳିତ ମୃତ ହାତୀ ଦେହରେ ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ୱାଏର ଲାଗି ରହିଥିବା ବେଳେ ପ୍ରାୟ ୧୫ ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବନ ଅଧିକାରୀ ଓ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଦୀର୍ଘଦିନ ଧରି ଜଙ୍ଗଲ ମଧ୍ୟରେ ହାତୀଟିର ମୃତ୍ୟୁ ହୋଇଥିବା ବେଳେ କିପରି ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ବର୍ତ୍ତମାନ ତଦନ୍ତ ଚାଲିଛି, ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Exit mobile version