Site icon ଆଜିକାଲି

ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ

କାମାକ୍ଷାନଗର : ବିପଦରେ ଗଜରାଜ । ରାଜ୍ୟରେ ଲୋପ ପାଇବାକୁ ବସିଛି ହାତୀ ବଂଶ । ଦୈନିକି କେଉଁଠୁ ନ କେଉଁଠୁ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ ହାତୀଙ୍କ ମୃତ୍ୟୁ ହେଉଛି ନାଁ ତାଙ୍କୁ ମାରିଦିଆଯାଉଛି ତା ଏବେ ବଡ ପ୍ରଶ୍ନ ।
ଏହି ପରିପ୍ରେକ୍ଷୀରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଢେଙ୍କାନାଳ ଜିଲା ଭୁବନ ରେଞ୍ଜ ରାଙ୍କିଆ ଗାଁରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ତେବେ ଏହି ଦନ୍ତାର ମୃତ୍ୟୁ ବିଦ୍ୟୁତ ତାର ଲାଗି ହୋଇଥିବା ସନ୍ଦେହ । ମୃତ ହାତୀର ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version