Site icon ଆଜିକାଲି

ଆଖିବୁଜିଲା ଆହତ ଦନ୍ତା, ଭରତପୁର ଜଙ୍ଗଲରେ ଚାଲିଥିଲା ଚିକିତ୍ସା

ବାରଙ୍ଗ : ଭରତପୁର ଜଙ୍ଗଲରେ ଆହତ ଦନ୍ତାର ମୃତ୍ୟୁ । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ । ଓୟୁଏଟିର ପାଥୋଲୋଜି ଲ୍ୟାବ୍‌ରେ ହେବ ମୃତ ହାତୀର ଶବ ବ୍ୟବଚ୍ଛେଦ । ଘଟଣାସ୍ଥଳରେ ବନବିଭାଗର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, ଖୋର୍ଦ୍ଧା ଅଞ୍ଚଳରୁ ଦନ୍ତା ହାତୀଟି ଗୁରୁତର ହୋଇଥିଲା । ଏହାପରେ ହାତୀକୁ ଭରତପୁର ଜଙ୍ଗଲକୁ ଆସିଥିଲା । କିଛି ଦିନ ପୂର୍ବରୁ ହାତୀଟି ଶିକାରୀଙ୍କ ଦ୍ୱାରା ରଖାଯାଇଥିବା ବିସ୍ଫୋରକ ପଦାର୍ଥ ଖାଇଥିବା ଅନୁମାନ କରାଯାଉଛି । ଯାହାଫଳରେ ପାଟିରେ ବିସ୍ଫୋରକ ସାମଗ୍ରୀଟି ଫୁଟି ଯାଇଥିଲା । ଏହାପରେ ହାତୀଟି ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିଥିଲେ ପାଟ୍ରୋଲିଂ କରୁଥିବା ବନବିଭାଗ କର୍ମଚାରୀ । ଏହାପରେ ହାତୀକୁ ଚିକିତ୍ସା ଲାଗି ଆରମ୍ଭ ହୋଇଥିଲା ପ୍ରୟାସ । ହେଲେ ସେଥିରେ ସଫଳ ହୋଇନଥିଲା ବନବିଭାଗ । ଶେଷରେ ସୋମବାର ବିଳମ୍ବିତ ରାତିରେ ଭରତପୁର ଜଙ୍ଗଲରେ ଅସୁସ୍ଥ ଦନ୍ତାର ମୃତ୍ୟୁ ହୋଇଛି ।

ତେବେ କିଏ ଏବଂ କାହିଁକି ଏପରି କରିଛି । ତାର ତଦନ୍ତ ହେବା ସହ ମୃତ୍ୟୁର କାରଣ ପୋଷ୍ଟ ମୋର୍ଟମ ପରେ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ଚନ୍ଦକା ଡିଏଫଓ ଶରତ କୁମାର ବେହେରା।

Exit mobile version