Site icon ଆଜିକାଲି

ଢେଙ୍କାନାଳ ଜିଲାରେ ହାତୀ ନେଲା ଦୁଇଜଣଙ୍କ ଜୀବନ

ଢେଙ୍କାନାଳ : ଦନ୍ତା ଆକ୍ରମଣରେ ଦୁଇ ମୃତ । ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ପୁଣି ହାତୀ ନେଲା ଜୀବନ । ଶନିବାର ସକାଳୁ ସକାଳୁ ପୃଥକ ପୃଥକ ଗାଁରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ଜୀବନଯାଇଛି । ଖାଲପାଳ ଗାଁରେ ଭୋର ପ୍ରାୟ ୪ଟା ବେଳେ ଅଲେଖ ନାୟକ ନାମକ ଜଣେ ୬୦ବର୍ଷ ବୟସ୍କ ବୃଦ୍ଧ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପରଜଙ୍ଗ ପଞ୍ଚାୟତ ଗଣ୍ଡତଇଳାର ଜଣେ ବୃଦ୍ଧା ବାରି ନାୟକ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଦଳିଦେଇଛି । ସେପଟେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version